ପ୍ରମୁଖ ଖବର

କାଲି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ
ସୌମ୍ୟାଶ୍ରୀଙ୍କ ମୃତ୍ୟୁର ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ : ରାଜ୍ୟପାଳ
ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା
୩ ମାସରେ ଇ-କେୱାଇସି ନ କଲେ କଟାଯିବ କାର୍ଡ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ରେଭେନ୍ସା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ ,ଏହା ଏକ ଶାଳ ଗ୍ରାମ :ରାଷ୍ଟ୍ରପତି
ଗାଁ ଶ୍ମଶାନରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍

0

ଭୁବନେଶ୍ବର: ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ହେବ ନୂଆ ପାଠ୍ୟକ୍ରମ। ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ସେ କହିଛନ୍ତି ୨୦୨୬-୨୭ ଶିକ୍ଷାବର୍ଷରେ ନୂଆ ସିଲାବସ୍ ଲାଗୁ ହେବ। ଏଣୁ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ। ଭାଷା, ସଂସ୍କୃତି ଏବଂ ଐୗତିହ୍ୟକୁ ଆଧାର କରି ନୂଆ ସିଲାବସ୍ ଆସିବ। କମିଟି ତର୍ଜମା କରୁଛି , ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ସ୍ଥାନ ପାଇବ।

ଏହା ସହିତ ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ। ଆଜି ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ୍ ନେଇପାରିବେ। କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି। ୩୧ ମାର୍ଚ୍ଚ ନୁହେଁ ୧ ସେପ୍ଟମ୍ବର ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମଲେଖାଇ ପାରିବେ। ଯେପରି କେହି ବି ପିଲା ବାଦ୍ ପଡ଼ିବେନି ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ଦୋହରାଇଛନ୍ତି। ସୂଚନା ଅନୁସାରେ ୬ ବର୍ଷରେ ପିଲାଙ୍କ ଆଡମିଶନ୍‌କୁ ନେଇ ଦ୍ଵନ୍ଦ ଓ ଆଶଙ୍କା ଦେଖା ଦେଇଥିଲା।

Leave A Reply

Your email address will not be published.