ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଓ୍ବାକଫ୍ ବିଲ୍। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ବାଚସ୍ପତି ଓମ୍ ବିର୍ଲା ଙ୍କ ଅନୁମତି କ୍ରମେ ଆଜି ସଂସଦରେ ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।
ବିଲ୍ ଉପସ୍ଥାପନ ହେବା ପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଦୀର୍ଘ ୮ ଘଣ୍ଟାର ଆଲୋଚନା ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ରିଜିଜୁଙ୍କ ଭାଷଣ ସମୟରେ ବିରୋଧୀ ମାନେ ସଂସଦ ଭିତରେ ବଡଧରଣର ହଙ୍ଗାମା କରିଥିଲେ। ବିରୋଧୀ ନାରାବାଜି ଏବଂ ବିରୋଧ ମଧ୍ୟରେ ସେ କହିଛନ୍ତି ଏହି ବିଲ୍ ମୁସଲିମ୍ ସମ୍ପ୍ରଦାୟର ଧାର୍ମିକ ବିଶ୍ଵାସକୁ କ୍ଷୁର୍ଣ୍ଣ କରେନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନା ସହ ଜଡିତ। ଏଥିରେ କୌଣସି ମୁସଲିମ୍ ସମ୍ପ୍ରଦାୟର ସମ୍ପତ୍ତି ଛଡାଇ ନିଆଯିବ ନାହିଁ। ଆଲୋଚନା ପରେ ବିଧାୟକ ଉପରେ ଭୋଟିଂ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ବିଜେପିର ସହଯୋଗୀ ଦଳ ତଥା ଶାସକ ଏନଡିଏର ବିଭିନ୍ନ ଅଂଶୀଦାର ଦଳ ଯଥା ତେଲୁଗୁ ଦେଶମ ପାର୍ଟି , ଶିବସେନା, ଲୋକ ଜନଶକ୍ତି ପାର୍ଟି ନିଜ ନିଜ ସାଂସଦ ମାନେ ଲୋକସଭାରେ ଉପସ୍ଥିତ ରହିଛନ୍ତି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ