ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି

0

ନୂଆଦିଲ୍ଲୀ: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍‌ସାଇଟ୍‌ରେ ରହିବ ତାଲିକା। ସୁପ୍ରିମକୋର୍ଟର ବିଚାରପତିମାନେ ଏପ୍ରିଲ ୩ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ସେମାନଙ୍କର ସମ୍ପତ୍ତି ସାର୍ବଜନୀନ ଭାବରେ ଘୋଷଣା କରିବାକୁ ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତିମାନଙ୍କ ବିଷୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏପ୍ରିଲ ୧ରେ ଅନୁଷ୍ଠିତ ପୂର୍ଣ୍ଣ-କୋର୍ଟ ବୈଠକରେ, ବିଚାରପତିମାନେ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ସବୁ ସମ୍ପତ୍ତିରୁ ସାର୍ବଜନୀନ କରିବେ ସର୍ବୋଚ୍ଚ ନ୍ୟାୟାଳୟର ୩୩ ଜଣ ବିଚାରପତି। ସ୍ୱଚ୍ଛତା ଏବଂ ନ୍ୟାୟପାଳିକା ପ୍ରତି ଉପରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟର ସରକାରୀ ୱେବସାଇଟରେ ଅପଲୋଡ୍ କରାଯିବ ସମ୍ପତ୍ତିର ତାଲିକା। ସୁପ୍ରିମକୋର୍ଟର ୩୩ ଜଣ ବିଚାରପତି ସେମାନଙ୍କର ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘୋଷଣାଗୁଡ଼ିକୁ ସୁପ୍ରିମକୋର୍ଟର ସରକାରୀ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି ଜଣାପଡ଼ିଛି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ସମୟରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ପରିସରରେ ନଗଦ ଆବିଷ୍କାର ହୋଇଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବିଚାରପତିଙ୍କ ସମ୍ପତ୍ତି ଘୋଷଣା ପ୍ରକାଶ କରିବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ଯଥାସମ୍ଭବ ଚୂଡ଼ାନ୍ତ ହେବ। ବର୍ତ୍ତମାନ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତି ଘୋଷଣା ଦାଖଲ କରିଛନ୍ତି। ଏହି ଘୋଷଣାଗୁଡ଼ିକୁ ସାର୍ବଜନୀନ କରାଯାଇନାହିଁ। ପୂର୍ବରୁ, ୨୬ ଅଗଷ୍ଟ ୨୦୦୯ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତିମାନେ ସେମାନଙ୍କ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିଥିଲେ। ଏବେ ମଧ୍ୟ ବିଚାରପତିମାନେ ଏ ବିଷୟରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାନ୍ତି କିନ୍ତୁ ଏହାକୁ ସାର୍ବଜନୀନ କରାଯାଏ ନାହିଁ।

Leave A Reply

Your email address will not be published.