ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ପଞ୍ଚଭୂତରେ ଲୀନ ହେ​‌ଲେ ମନୋଜ କୁମାର

0

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭାରତୀୟ ସିନେମାର ବର୍ଷିୟାନ୍‌ ଅଭିନେତା ମନୋଜ କୁମାର। ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଶୁକ୍ରବାର, ୪ ଏପ୍ରିଲରେ ଦେହାନ୍ତ ହୋଇଥିଲା। ଶନିବାର ମୁମ୍ବାଇର ଜୁହୁସ୍ଥିତ ପବନହଂସ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ଦୀର୍ଘ ଅସୁସ୍ଥତା ପରେ ୮୭ ବର୍ଷ ବୟସରେ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି, ୫ ଏପ୍ରିଲରେ ମୁମ୍ବାଇର ଜୁହୁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା, ଯେଉଁଥିରେ ଅନେକ ବଲିଉଡ୍ ତାରକା ଉପସ୍ଥିତ ଥିଲେ। ଦିବଂଗତ ଅଭିନେତାଙ୍କ ପାର୍ଥିବ ଶରୀରକୁ ତାଙ୍କ ମୁମ୍ବାଇ ବାସଭବନକୁ ଅଣାଯାଇଥିଲା ଯେଉଁଠାରେ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମିତାଭ ବଚ୍ଚନ, ପ୍ରେମ ଚୋପ୍ରା ଓ ରାଜପାଲ ଯାଦବଙ୍କ ସମେତ ଅନେକ କଳାକାର ଶ୍ମଶାନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କୁ ବିଦାୟ ଦେଇଛନ୍ତି। ଏହି ସମୟରେ କୁମାରଙ୍କ ପତ୍ନୀ ଶଶି ଗୋସ୍ୱାମୀ ଭାଙ୍ଗି ପଡ଼ିଥିବା ଦେଖାଯାଇଛନ୍ତି। ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ କୁନାଲ ତାଙ୍କୁ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ ସମୟରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷୀୟ ମନୋଜ କୁମାରଙ୍କ ଦେହାନ୍ତ ଘଟିଛି। ‘ଭାରତ’ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ। ୧୯୯୨ ମସିହା​‌ରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରୋଟି କପଡା ଔର୍ ମକାନ୍, ଆଦମୀ, ଉପକାର୍, ବେଇମାନ୍, ମେରା ନାମ୍ ଜୋକର, ଅମାନତ୍, କ୍ରାନ୍ତି, ଦଶନମ୍ବରୀ, ମୈଦାନୀ ଜଙ୍ଗ ଆଦି ଚଳଚ୍ଚିତ୍ରରେ ନିଜର ନିଖୁଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମନୋଜ କୁମାର। ଦେଶାତ୍ମବୋଧ ଚଳଚ୍ଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ କୁମାର।

Leave A Reply

Your email address will not be published.