ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚଭୂତରେ ଲୀନ ହେ​‌ଲେ ମନୋଜ କୁମାର

0

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭାରତୀୟ ସିନେମାର ବର୍ଷିୟାନ୍‌ ଅଭିନେତା ମନୋଜ କୁମାର। ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଶୁକ୍ରବାର, ୪ ଏପ୍ରିଲରେ ଦେହାନ୍ତ ହୋଇଥିଲା। ଶନିବାର ମୁମ୍ବାଇର ଜୁହୁସ୍ଥିତ ପବନହଂସ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ଦୀର୍ଘ ଅସୁସ୍ଥତା ପରେ ୮୭ ବର୍ଷ ବୟସରେ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି, ୫ ଏପ୍ରିଲରେ ମୁମ୍ବାଇର ଜୁହୁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା, ଯେଉଁଥିରେ ଅନେକ ବଲିଉଡ୍ ତାରକା ଉପସ୍ଥିତ ଥିଲେ। ଦିବଂଗତ ଅଭିନେତାଙ୍କ ପାର୍ଥିବ ଶରୀରକୁ ତାଙ୍କ ମୁମ୍ବାଇ ବାସଭବନକୁ ଅଣାଯାଇଥିଲା ଯେଉଁଠାରେ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମିତାଭ ବଚ୍ଚନ, ପ୍ରେମ ଚୋପ୍ରା ଓ ରାଜପାଲ ଯାଦବଙ୍କ ସମେତ ଅନେକ କଳାକାର ଶ୍ମଶାନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କୁ ବିଦାୟ ଦେଇଛନ୍ତି। ଏହି ସମୟରେ କୁମାରଙ୍କ ପତ୍ନୀ ଶଶି ଗୋସ୍ୱାମୀ ଭାଙ୍ଗି ପଡ଼ିଥିବା ଦେଖାଯାଇଛନ୍ତି। ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ କୁନାଲ ତାଙ୍କୁ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ ସମୟରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷୀୟ ମନୋଜ କୁମାରଙ୍କ ଦେହାନ୍ତ ଘଟିଛି। ‘ଭାରତ’ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ। ୧୯୯୨ ମସିହା​‌ରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରୋଟି କପଡା ଔର୍ ମକାନ୍, ଆଦମୀ, ଉପକାର୍, ବେଇମାନ୍, ମେରା ନାମ୍ ଜୋକର, ଅମାନତ୍, କ୍ରାନ୍ତି, ଦଶନମ୍ବରୀ, ମୈଦାନୀ ଜଙ୍ଗ ଆଦି ଚଳଚ୍ଚିତ୍ରରେ ନିଜର ନିଖୁଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମନୋଜ କୁମାର। ଦେଶାତ୍ମବୋଧ ଚଳଚ୍ଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ କୁମାର।

Leave A Reply

Your email address will not be published.