ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପରମିତା ଶତପଥୀ ଓଡ଼ିଶାର ନୂତନ ପ୍ରମୁଖ ମୁଖ୍ୟ ଆୟକର କମିଶନର

0

ଭୁବନେଶ୍ବର: ୧୯୮୯ ବ୍ୟାଚ୍ ର ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରମିତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପଦ୍ମଶ୍ରୀ ପ୍ରତୀଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀ ଙ୍କ କନ୍ୟା। ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟତୁଲାଇବା ସହ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ ରେ ‘ଝଙ୍କାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସାତୋଟି କ୍ଷୁଦ୍ରଗଳ୍ପ ସଂଗ୍ରହ ରଚନା କରିଥିବା ପରମିତା ଙ୍କୁ ଓଡିଆ ସାହିତ୍ୟିକ କୃତି ପାଇଁ ୨୦୧୬ ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୨୦୧୨ ରେ ଲେଖିଥିବା ଏକ କ୍ଷୁଦ୍ରଗଳ୍ପ ସଂଗ୍ରହ ‘ପ୍ରାପ୍ତି’ ପାଇଁ ଏହି ପୁରସ୍କୃତ ହୋଇଥିଲେ। ଅଗଷ୍ଟ ୨୦୧୫ ରେ ପ୍ରାପ୍ତି ଏକ କମ୍ପାକ୍ଟ ଡିସ୍କ (CD) ରେ ମୁକ୍ତିଲାଭ କରିଥିଲା। ​​ଏବଂ ୨୦୨୧ ରେ ପରମିତା ଙ୍କୁ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ତେଲୁଗୁ ଏବଂ ମରାଠୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।

Leave A Reply

Your email address will not be published.