ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ପରମିତା ଶତପଥୀ ଓଡ଼ିଶାର ନୂତନ ପ୍ରମୁଖ ମୁଖ୍ୟ ଆୟକର କମିଶନର

0

ଭୁବନେଶ୍ବର: ୧୯୮୯ ବ୍ୟାଚ୍ ର ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରମିତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପଦ୍ମଶ୍ରୀ ପ୍ରତୀଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀ ଙ୍କ କନ୍ୟା। ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟତୁଲାଇବା ସହ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ ରେ ‘ଝଙ୍କାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସାତୋଟି କ୍ଷୁଦ୍ରଗଳ୍ପ ସଂଗ୍ରହ ରଚନା କରିଥିବା ପରମିତା ଙ୍କୁ ଓଡିଆ ସାହିତ୍ୟିକ କୃତି ପାଇଁ ୨୦୧୬ ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୨୦୧୨ ରେ ଲେଖିଥିବା ଏକ କ୍ଷୁଦ୍ରଗଳ୍ପ ସଂଗ୍ରହ ‘ପ୍ରାପ୍ତି’ ପାଇଁ ଏହି ପୁରସ୍କୃତ ହୋଇଥିଲେ। ଅଗଷ୍ଟ ୨୦୧୫ ରେ ପ୍ରାପ୍ତି ଏକ କମ୍ପାକ୍ଟ ଡିସ୍କ (CD) ରେ ମୁକ୍ତିଲାଭ କରିଥିଲା। ​​ଏବଂ ୨୦୨୧ ରେ ପରମିତା ଙ୍କୁ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ତେଲୁଗୁ ଏବଂ ମରାଠୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।

Leave A Reply

Your email address will not be published.