ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରୁଙ୍ଗଟା କାରଖାନାରେ ଆଇରନ୍‌‌ ପ୍ଲେଟ ପଡ଼ି ୨ ମୃତ, ୩ ଗୁରୁତର

0

ରୁଙ୍ଗଟା: ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ଼ ଧରଣର ଅଘଟଣ। ପ୍ଲାଣ୍ଟର ଡିଆରଆଇ ସାଇଡ଼ରେ ଉପରେ ଇରେକ୍ସନ କାମ ଚାଲୁଥିବାବେଳେ ଏକ ବଡ଼ ଲୁହ ପ୍ଲେଟ ତଳକୁ ଖସି ପଡିଛି। ଫଳରେ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ କଟକର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇରନ ପ୍ଲେଟ ଉଠାଇବାବେଳେ ତାହା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ତଳେ କାମ କରୁଥିବା ୫ଜଣ ଶ୍ରମିକଙ୍କ ଉପରେ ଏହି ଲୁହା ପ୍ଲେଟ ପଡିଯିବାରୁ ୫ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ୫ଜଣଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତାମିଲା ଗ୍ରାମର ଜିତେନ ବେହେରା ଓ ପୁରନ୍ଦର ବେହେରା। ଅନ୍ୟ ୩ଜଣ ଗୁରୁତର ଶ୍ରମିକଙ୍କ ପରିଚୟ ଜଣାପଡିନାହିଁ। ତେବେ ଏହି ଅଘଟଣ ପରେ ଦୁର୍ଘଟଣା ଘଟିଥିବା ଡିଆରଆଇ ପ୍ଲାଣ୍ଟ ସାଇଡରେ ଶ୍ରମିକ ମାନେ କାମ ବନ୍ଦ କରିଛନ୍ତି। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.