ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ଭୁବନେଶ୍ୱରୁ ଆଉ ଜଣେ ଶିଶୁକୁ ଅପହରଣ ଉଦ୍ୟମ

0

ଭୁବନେଶ୍ୱର: ସ୍କୁଲରୁ ଫେରିବାବେଳେ ଭୁବନେଶ୍ୱରରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ପୁଣି ଥରେ ରାଜଧାନୀ ଭୁବନେଶ୍ୱରୁ ଆଉ ଜଣେ ଶିଶୁ ଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି। ୮ ବର୍ଷର ଶିଶୁକୁ ଅପହରଣ ପରେ କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ନମ୍ବର ଢାଙ୍କି ଏକ କାରରେ ପିଲାଟିକୁ ଅପହରଣ କରାଯାଇଥିଲା । ସକାଳ ୧୦ଟାରେ ଶିଶୁକୁ ଅପହରଣ କରାଯାଇଥିଲା । ସ୍କୁଲରୁ ଘରକୁ ଫେରିବାବେଳେ ଆରତ ରଞ୍ଜନ କାଳିଆଙ୍କ ୮ ବର୍ଷର ପୁଅକୁ ଏକ କାରରେ ଅପହରଣ କରାଯିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଏୟାରଫିଲ୍ଡ ଥାନା ପକ୍ଷରୁ ହୋଇଥିଲା ଛାନବିନ। ଗାଁରୁ ଗାଡ଼ିଟି ବାହାରିବାବେଳେ କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ପିଲାଟିକୁ ଅପହରଣ କରି ନେଇଥିଲେ। ଅଭିଯୁକ୍ତଙ୍କୁ ଧରିବା ସହ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ୍। ଆଖପାଖରେ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରାଯାଇଥିଲା। ଠିକ୍ ଏହି ସମୟରେ ଅପହରଣକାରୀଙ୍କ ପାଖରୁ ଆସିଥିଲା ଏକ ଫୋନକଲ୍। ପିଲାଟିର ମୁଣ୍ଡ ଜାମିନ ରଖି ୨୦ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ। କିନ୍ତୁ ଟେଲିଫୋନ ନମ୍ବରକୁ ଟ୍ରେସ କରି ଅପହରଣକାରୀଙ୍କ ଲୋକେସନ ମିଳିବା ପରେ ପିଲାଟିକୁ ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପୁଲିସ ଅପହରଣ ଶିଶୁକୁ ଉଦ୍ଧାର କରିଛି।

Leave A Reply

Your email address will not be published.