ପ୍ରମୁଖ ଖବର

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ
ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ନୋ-ଫ୍ଲାଇଂ ଜୋନ୍ ଘୋଷଣା
୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପୂର୍ବତନ ପିଇଓ
ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ

0

ନବରଙ୍ଗପୁର: ପୁଣି ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି। ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ଏସଏଲଆର୍ ଅସ୍ତ୍ରଶସ୍ତ୍ର ଏବଂ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଏନେଇ ଗରିଆବନ୍ଦ ଏସପି ଆନୁଷ୍ଠାନିକ ଭାବରେ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଲେ, ସୈନିକମାନେ ମଧ୍ୟ ପାଲଟା ଜବାବ ଦେଲେ। ଏଥିରେ ଜଣେ ନକ୍ସଲ ନିହତ ହୋଇଥିବାବେଳେ, ଅନ୍ୟମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଉକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.