ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ମେଡିକାଲ କଲେଜ ସିଟ୍‌ ବିକ୍ରି ପାଇଁ ଡିଲ୍‌: ୪ ଗିରଫ

0

ଭୁବନେଶ୍ବର: ଛାତ୍ରୀଛାତ୍ରଙ୍କ ଜୀବନ ସହ ଖେଳ। ମେଡିକାଲ କଲେଜ ସିଟ୍‌ ବିକ୍ରି ବେଳେ ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଆସନ୍ତାକାଲି ନିଟ୍‌ ପରୀକ୍ଷା। ଏହା ପୂର୍ବରୁ ଆଜି ମେଡିକାଲ କଲେଜ ସିଟ୍ ବିକ୍ରି ପାଇଁ ହୋଟେଲରେ ଚାଲିଥିଲା ମୂଲଚାଲ। ହେଲେ ଠିକ୍ ସମୟରେ ପହଞ୍ଚି ଦଲାଲ ଗ୍ୟାଙ୍ଗକୁ ମାଡିବସିଲା କମିଶନରେଟ ପୋଲିସ।

ଭୁବନେଶ୍ଵର ପାତ୍ରପଡା ଅଞ୍ଚଳରୁ ପୁଲିସ୍ ଦୁଇ ଦଲାଲଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ବାର୍‌ରେ ଡିଲ୍‌ ଚାଲିଥିବାବେଳେ କମିଶନରେଟ ପୋଲିସ ୪ ଦଲାଲଙ୍କୁ ଗିରଫ କରିଛି। ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି।

ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ଦଲାଲ ମାନେ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍ ପାଇଁ ଡିଲ୍ କରୁଥିଲେ। ଏକାଧିକ ଘରୋଇ ମେଡିକାଲ କଲେଜ ସହ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି।

ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍‌ ସିଟ୍‌ ପାଇଁ ଡିଲ୍‌ କରୁଥିଲେ। ୯୦ ଲକ୍ଷର ଚେକ୍‌ ମିଳିଛି। କିଛି ବ୍ଲାଙ୍କ୍‌ ଚେକ୍‌ ବି ମିଳିଛି। ଆସନ୍ତା ମେଡିକାଲ କଲେଜ୍‌ ନାମଲେଖା ପାଇଁ ଡିଲ୍‌ ହୋଇଥିଲା। ଏହି ଦଲାଲମାନେ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ। ତେବେ ସେମାନେ ଏଥିରେ ସଫଳ ହୋଇଥାନ୍ତେ କି ଟଙ୍କା ନେଇ ଠକିଥାନ୍ତେ ତାହା ଜଣାନାହିଁ । ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଠାବ କରି ଧରିପାରିଛି।

Leave A Reply

Your email address will not be published.