ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ବଜ୍ରାଘାତରେ ରାଜ୍ୟରେ ୧୪ ମୃତ, ଅନେକ ଆହତ

0

କୋରାପୁଟ: ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲାରେ ଗଞ୍ଜାମରେ ୨ଜଣ, ଯାଜପୁରରେ ୨ ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହୋଇଯାଇଛି। କୋରାପୁଟ ଲକ୍ଷ୍ମୀପୁର ପର୍ଡିଗୁଡ଼ା ଗାଁରେ ବିଲରେ କାମ କରୁଥିବା ବେଳେ ଜେଜେ ମା’, ନାତୁଣୀ ଓ ଅନ୍ୟଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରି ବରପୁର ଗ୍ରାମରେ ଆମ୍ବ ଗୋଟାଇବା ପାଇଁ ଜଣେ ଯୁବତୀ ତୋଟାକୁ ଯାଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଯାଜପୁରରେ ବଜ୍ରାଘାତରେ ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଭୟ ମୃତକ ଜେନାପୁର ଥାନା ଅନ୍ତର୍ଗତ ବୁରୁସାହିର ବୋଲି ଜଣାପଡିଛି।

ସେହିପରି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏପରିକି ପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ବଜ୍ରପାତରେ ଜଣେ ନାବାଳକ ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ଆର୍‌. ଉଦୟଗିରି କାନକଟା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Leave A Reply

Your email address will not be published.