ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାଠଯୋଡ଼ିରେ ବୁଡି ଜଣେ ଇଞ୍ଜିନିୟର ମୃତ; ଆଉ ଜଣେ ନିଖୋଜ

0

କଟକ: କଟକ କାଠଯୋଡିରେ ଅଘଟଣ। ନଦୀରେ ବୁଡି ଜଣେ ଇଞ୍ଜିନିୟର ମୃତ ହୋଇଥିବା ବେଳେ ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ରହିଛନ୍ତି। କଟକର ସିଡିଏ- ୧୦ ବୀରେନ ମିତ୍ର ପାର୍କ ନିକଟରେ ନିକଟରେ ଘଟିଛି ଏହି ଘଟଣା। ଏହି ଦୁଇ ଜଣ ଯୁବକ ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ। ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଉଭୟ ଯୁବକ। ତେବେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଯୋଗ୍ୟ; କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଅଘଟଣ ଘଟିଥିଲା। ମୃତ ଓ ନିଖୋଜ ଥିବା ଇଞ୍ଜିନିୟର ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.