ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ତିଗିରିଆ ଥାନା ଏଏସଆଇ

0

ତିଗିରିଆ: ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରା। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଦୀପଙ୍କୁ ଧରିଛି ଭିଜିଲାନ୍ସ ଟିମ୍‍। ସୂଚନା ଅନୁସାରେ ଏକ ମାମଲାର ରଫାଦଫା କରିବା ପାଇଁ ପ୍ରଦୀପ ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଏହି ସମୟରେ ତାଙ୍କୁ ମାଡିବସିଥିଲା।

ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା। ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାର ଆଧାରରେ ଭିଜିଲାନ୍ସ ଆଜି ଥାନା ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଛି।

Leave A Reply

Your email address will not be published.