ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କରୋନା କେତେ ଘାତକ, ଜାଣନ୍ତୁ

0
  • ସରକାରଙ୍କୁ ସତର୍କ କରାଇଲେ ଡାକ୍ତର ଶ୍ରୀନାଥ ରେଡ୍ଡି
  • ଆଶା ଦେଖାଇଲେ, ଖୁବ୍ ଶୀଘ୍ର ଆସିଯିବ କରୋନା ଟିକା

ଭୁବନେଶ୍ବର: କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତା ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା ଥମ୍ବୋସିସ୍ ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ। ବୟସ ନିର୍ବିଶେଷରେ ଏହି କରୋନା ଭାଇରସ, ସମସ୍ତଙ୍କୁ ସଂକ୍ରମିତ କରିଥାଏ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ଡାକ୍ତର କେ ଶ୍ରୀନାଥ ରେଡ୍ଡି ଏଭଳି ପରାମର୍ଶ ଦେଇଛନ୍ତି। ଆଜି ଭିଡି଼ଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କୋଭିଡ୍ରୁ ଆମେ କଣ ଶିଖିଲେ ଓ ଆମେ କିଭଳି କୋଭିଡ ଯୁଦ୍ଧ ଜିତିବା ସେ ନେଇ ମନ୍ତ୍ର ଦେଇଥିଲେ। ଏହି ଆଲୋଚନା ସମୟରେ ଡାକ୍ତର ରେଡ୍ଡି ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ, ସାରା ବିଶ୍ବର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ।

ଯେହେତୁ କରୋନା ଭାଇରସ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟିକା ବା ଔଷଧ ଉଦ୍ଭାବନ ହୋଇନାହିଁ, ଏଣୁ ସାମାଜିକ ଦୂରତ୍ବ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଜନସାଧାରଣଙ୍କ ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବନ୍ୟଜନ୍ତୁ ବିଶେଷକରି ବାଦୁଡିଠାରୁ ମଣିଷ ସଂକ୍ରମିତ ହୋଇଥିବା ଏହି ଭାଇରସ୍ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ। ମଣିଷ ଶରୀରରୁ କାଶ ଓ ଛିଙ୍କ ସମୟରେ ବାହାରୁ ଥିବା କଣିକା ଦ୍ବାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ୍ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷକରି ଓଡ଼ିଶା ସଫଳତାର ସେ ଉଚ୍ଚ ପ୍ରଶଂସା କରିଥିଲେ। ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଟ୍ରେନ୍, ଆମେରିକା, ସ୍ବିଡେନ୍ ଭଳି ଆଗୁଆ ଦେଶମାନେ ଲକଡାଉନ୍ ନ କରିବା ଫଳରେ ସେଦେଶକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି। କିନ୍ତୁ ଭିଏତନାମ ଭଳି ଦେଶ ଏକାନ୍ତବାସ ଆଦି ଦ୍ବାରା ଅଧିକ ଟେଷ୍ଟିଂ ଦ୍ବାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିିଛି। ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତାର ପ୍ରଭାବରେ ଏହି ଭାଇରସ୍ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଛି। ଭାରତୀୟମାନେ ବିସିଜି, ପୋଲିଆ ଟିକା ସହିତ ମାଲେରିଆ ଭଳି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏସବୁ ଉପରେ ବିଶେଷ ଗୁରୁତ୍ବ ନ ଦେଇ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଡାକ୍ତର ରେଡ୍ଡି ପରାମର୍ଶ ଦେଇଥିଲେ। ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ପ୍ରତିଷେଧକ ଟିକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର, ଅକ୍ଟୋବର ସୁଦ୍ଧା ଏହା ବାହାରିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଲକ୍ଷଣ ଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ସେ ଗୁରୁତ୍ବ ଦେଇଥିଲେ। ଅନ୍ୟପକ୍ଷରେ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଅପେକ୍ଷା ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଡାକ୍ତର ରେଡ୍ଡି କହିଥିଲେ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ପରି ପୁଲିସ କର୍ମଚାରୀମଧ୍ୟ ଅଧିକ ବିପଦସଙ୍କୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ୍ ଓ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡାକ୍ତର ରେଡ୍ଡିଙ୍କୁ ସ୍ବାଗତ କରି ଆଲୋଚନା ଆରମ୍ଭକରିଥିଲେ। ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶା ପ୍ରକାଶ କରିଥିଲେ।

kjsev

Leave A Reply

Your email address will not be published.