ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ

0

ପୁଣେ: ପୁଣେ ନିକଟରେ ରବିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ପୋଲ। ଦେହୁର କୁଣ୍ଡମାଳ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏକ ପଦଯାତ୍ରୀ ପୋଲ ଭୁଶୁଡ଼ି ପଡ଼ିଥିଲା। ଯାହା ଫଳରେ ନଦୀର ପ୍ରଚଣ୍ଡ ସ୍ରୋତରେ ଅନେକ ଲୋକ ଭାସି ଯାଇଛନ୍ତି। ପିମ୍ପରି-ଚିଞ୍ଚଓ୍ବାଡ ପୋଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅପରାହ୍ନ ପ୍ରାୟ ୩.୩୦ରେ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଡମାଲା ମାଭାଲ ତାଲୁକାର ଏକ ପ୍ରସିଦ୍ଧ ସ୍ଥାନ। ବର୍ଷା ଋତୁରେ ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟେ। କୁଣ୍ଡମାଲା ପାର ହେବା ପାଇଁ ଏଠାରେ ଇନ୍ଦ୍ରାୟଣୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ଆଜି ଭୁଶୁଡି ପଡିଛି। ଏହି ସମୟରେ ବ୍ରିଜ ଉପରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ଛିଡା ହୋଇଥିଲେ। ବ୍ରିଜ ଭୁଶୁଡିବା ପରେ ସମସ୍ତ ପର୍ଯ୍ୟଟକ ନଦୀରେ ଭାସି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

ଖବର ପାଇ ପୋଲିସ ଓ ଅଗ୍ନିଶମ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି। ୧୫ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

Leave A Reply

Your email address will not be published.