ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

0

ନୂଆଦିଲ୍ଲୀ; ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଆକ୍ସିଅମ-୪ ମିଶନ। ଏହି ମିଶନ ସହିତ ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଜୁନ୍‌ ୨୫, ୨୦୨୫ ଭାରତ ପାଇଁ ଏକ ଐତିହାସିକ ଦିନ ପାଲଟି ଯାଇଛି। ଦୀର୍ଘ ୪୧ ବର୍ଷ ପରେ କୌଣସି ଭାରତୀୟ ମହାକାଶକୁ ଯାତ୍ରା କରିଛନ୍ତି। ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ। ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଛି ‘ସ୍ପେଶ୍ ଏକ୍ସ୍’ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍। ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ।

ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶରେ ପହଞ୍ଚିବା ମାତ୍ରେ ଦେଶ ପାଇଁ ପ୍ରଥମ ବାର୍ତ୍ତା ପଠାଇଥିଲେ। ଶୁଭାଂଶୁ କହିଥିଲେ, ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି। ସମଗ୍ର ଦେଶ ମୋ ସହିତ ଅଛି। ମହାକାଶ ମିଶନରେ ଯିବା ପୂର୍ବରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ

ଦୀର୍ଘ ପ୍ରତୀକ୍ଷା ପରେ, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଆକ୍ସିଅମ୍-୪ ମିଶନ୍ ଆଜି (ଜୁନ୍ ୨୫) ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା ପାଇଁ ଉଡ଼ାଣ ଭରିଛି। ଏନେଇ ନାସା ଘୋଷଣା କରିଛି। ଭାରତ ପାଇଁ ଆକ୍ସିଅମ୍-୪ ମିଶନ୍ ବହୁତ ସ୍ୱତନ୍ତ୍ର କାରଣ ୧୯୮୪ ମସିହାରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ, ଭାରତ ଏବେ ଏହାର ଦ୍ୱିତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସ୍ୱପ୍ନର ରକେଟ୍ ଆଜି ଉଡ଼ାଣ ଭରିଛି।

ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବେ ଏହି ମିଶନରେ ସାମିଲ ଅଛନ୍ତି। ଶୁଭାଂଶୁଙ୍କ ସହ ଅଛନ୍ତି ଆଉ ୩ ଜଣ ମହାକାଶଚାରୀ। ତାଙ୍କ ସହିତ ହଙ୍ଗେରୀର ତିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜ୍‌ନାନସ୍କି-ୱିସ୍‌ନିୱସ୍କି ମିଶନ ବିଶେଷଜ୍ଞ ଭାବରେ ଏହି ମିଶନରେ ସାମିଲ ହୋଇଛନ୍ତି। ସମଗ୍ର ଦଳର ନେତୃତ୍ୱ ନେଇଛନ୍ତି ଅଭିଜ୍ଞ ମହିଳା ମହାକାଶଚାରୀ ପେଗୀ ହ୍ୱିଟସନ। ପେଗୀ ହ୍ୱିଟସନ ନାସାର ସବୁଠାରୁ ଅଭିଜ୍ଞ ମହାକାଶଚାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଯଦି ସବୁକିଛି ସ୍ଵାଭାବିକ ରହେ ତେବେ ଗୁରୁବାର ଅପରାହ୍ନ ୪ଟା ୩୦ରେ ଆଇଏସଏସରେ ଏହାର ଡକିଂ ହେବ।

Leave A Reply

Your email address will not be published.