ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

0

ଭୁବନେଶ୍ବର: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଦେଇଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି।

ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଆପଣଙ୍କ ସରକାର ଗରିବଙ୍କୁ ଲୁଟୁଛନ୍ତି। ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଥିଲା,ଏବଂ ରହିବ। ଆଦିବାସୀଙ୍କ ଅଧିକାରକୁ କେହିବି ଛଡାଇ ନେଇପାରିବେନି। ନିର୍ଯାତିତ ଲୋକଙ୍କ ପାଖରେ କଂଗ୍ରେସ ଠିଆ ହୋଇ ରହିବ।

ରଥଯାତ୍ରା ଅଘଟଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ବେଳେ ଅଦାନୀଙ୍କ ପାଇଁ ରଥକୁ ଅଟକା ଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ। ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଏହା ସହିତ ଓଡ଼ିଶାରେ ୪୦ହଜାର ମହିଳା ଗାଏବ ହୋଇଛନ୍ତି। ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ରାହୁଲ କହିଛନ୍ତି। ମହିଳାଙ୍କୁ ଦୁଷ୍କର୍ମ ହେଉଛି, ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

Leave A Reply

Your email address will not be published.