ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି

0

ଭୁବନେଶ୍ବର: ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ।
ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଅର୍ଥାତ୍‌ ୧୫ ହଜାର ଟଙ୍କା ଖାତାକୁ ଆସିବ। କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ। ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ନାଁ ସରକାର କାଟିଦେବେ।

୨ୟ କିସ୍ତି ଟଙ୍କା ମାର୍ଚ୍ଚ ୮ ତାରିଖରେ ମହିଳାଙ୍କ ଖାତାକୁ ଆସିଥିଲା। ଏହାପରେ ଆସନ୍ତା ରାଖୀ ପୂର୍ଣ୍ଣିମାରେ ୩ୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।

Leave A Reply

Your email address will not be published.