ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅତ୍ୟନ୍ତ ଭୀଷଣ ରୂପ ଧରି ଆସିବ ‘ଅମ୍ଫାନ୍’

0
  • ଓଡ଼ିଶା ପ୍ରତି ସିଧାସଳଖ ବିପଦ ନାହିଁ, ସନ୍ଧ୍ୟାରେ ବାତ୍ୟା ରୂପ ନେବ
  • ଓଡ଼ିଶା ଅତିକ୍ରମ କରିବା ବେଳେ ସର୍ବୋଚ୍ଚସ୍ତରରେ ଥିବ ବାତ୍ୟା
  • ଉପକୂଳରେ ଭାରି ବର୍ଷା, ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ପବନର ବେଗ ଉପକୂଳରେ ୫୫, ଉତ୍ତର ଓଡ଼ିଶାରେ ୭୫ କିଲୋମିଟର ହୋଇପାରେ

ଭୁବନେଶ୍ବର: ଅତ୍ୟନ୍ତ ଭୀଷଣ ରୂପ ଧରି ଆଗକୁ ମାଡ଼ିବ। ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ୧୯୦ କିଲୋମିଟର ବେଗରେ ଆସି ଝଟକା ଦେବ। ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ସାମୁଦ୍ରିକ ଝଡ ରୂପ ନେବା ପରେ ଏମିତି ଭାବେ ସମୁଦ୍ରରୁ ଯାଇ ସ୍ଥଳଭାଗ ପର୍ଯ୍ୟନ୍ତ ପ୍ରଳୟ ରଚିବ ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସକାଳେ ଅବପାତ ରୂପ ନେଇଛି। ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ। ସେତେବେଳକୁ ବାତ୍ୟା ସ୍ଥଳୀରେ ପବନର ବେଗ ୬୦ରୁ ୭୦ କିଲୋମିଟର ଥିବ। କିନ୍ତୁ ଏହାର ରୂପ ପରିବର୍ତନ ପରେ ଧୀରେ ଧୀରେ ଅଧିକ ଭୀଷଣ ରୂପ ଧାରଣ କରି ଆଗକୁ ବଢିବ। ୧୭ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ପରେ ପୁଣି ଦିଗ ପରିବର୍ତନ କରି ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ସେତେବେଳେ ଏହା ଭୀଷଣ ରୂପ ଧାରଣ କରିଥିବ, ଯେତେବେଳେ କି ପବନର ବେଗ ଥିବ ୧୧୦ରୁ ୧୨୦ କିଲୋମିଟର। ୧୮ ତାରିଖରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ।

ଓଡ଼ିଶା ପାଇଁ ବିପଦ ହେଉଛି, ଏହା ଯେତିକି ଉତ୍ତରକୁ ଯିବ, ସେତିକି ଉପକୂଳ ଆଡ଼କୁ ମାଡ଼ିବ। ୧୯ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଅଧିକ ପାଖରେ ଏହା ଆଗକୁ ବଢିବ।ସେତେବେଳକୁ ବାତ୍ୟା ଅତି ଭୀଷଣ ବା ଏକ୍ସଟ୍ରିମ୍ଲି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଚର୍ମରେ ପରିଣତ ହୋଇସାରିଥିବ। ଏହି ଅବସ୍ଥାରେ ସେ ପାଖାପାଖି ୧୨ ଘଣ୍ଟା ରହିବ। ଅର୍ଥାତ୍ ଯେଉଁ ସମୟରେ ବାତ୍ୟା ପାରାଦୀପ ଉପକୂଳରୁ ବାଲେଶ୍ବର ଯାଏ ସ୍ଥଳଭାଗର କିଛି ଦୂରରେ ଯାଉଥିବ, ସେତେବେଳେ ବାତ୍ୟାର ପ୍ରକୋପ ସର୍ବୋଚ୍ଚ ସୀମା ଛୁଇଁଯାଇଥିବ। ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହେବା ଆରମ୍ଭ କରି ବାଂଲାଦେଶ ଆଡ଼କୁ ମୁହାଁଇବ।

୧୮ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବହିବ ଏବଂ ମଝିରେ ମଝିରେ ୬୫ କିଲୋମିଟର ବେଗରେ ଆସି ଝଟକା ଦେବ। ହେଲେ ଉତ୍ତର ଓଡ଼ିଶାରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।

Leave A Reply

Your email address will not be published.