ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅତ୍ୟନ୍ତ ଭୀଷଣ ରୂପ ଧରି ଆସିବ ‘ଅମ୍ଫାନ୍’

0
  • ଓଡ଼ିଶା ପ୍ରତି ସିଧାସଳଖ ବିପଦ ନାହିଁ, ସନ୍ଧ୍ୟାରେ ବାତ୍ୟା ରୂପ ନେବ
  • ଓଡ଼ିଶା ଅତିକ୍ରମ କରିବା ବେଳେ ସର୍ବୋଚ୍ଚସ୍ତରରେ ଥିବ ବାତ୍ୟା
  • ଉପକୂଳରେ ଭାରି ବର୍ଷା, ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ପବନର ବେଗ ଉପକୂଳରେ ୫୫, ଉତ୍ତର ଓଡ଼ିଶାରେ ୭୫ କିଲୋମିଟର ହୋଇପାରେ

ଭୁବନେଶ୍ବର: ଅତ୍ୟନ୍ତ ଭୀଷଣ ରୂପ ଧରି ଆଗକୁ ମାଡ଼ିବ। ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ୧୯୦ କିଲୋମିଟର ବେଗରେ ଆସି ଝଟକା ଦେବ। ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ସାମୁଦ୍ରିକ ଝଡ ରୂପ ନେବା ପରେ ଏମିତି ଭାବେ ସମୁଦ୍ରରୁ ଯାଇ ସ୍ଥଳଭାଗ ପର୍ଯ୍ୟନ୍ତ ପ୍ରଳୟ ରଚିବ ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସକାଳେ ଅବପାତ ରୂପ ନେଇଛି। ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ। ସେତେବେଳକୁ ବାତ୍ୟା ସ୍ଥଳୀରେ ପବନର ବେଗ ୬୦ରୁ ୭୦ କିଲୋମିଟର ଥିବ। କିନ୍ତୁ ଏହାର ରୂପ ପରିବର୍ତନ ପରେ ଧୀରେ ଧୀରେ ଅଧିକ ଭୀଷଣ ରୂପ ଧାରଣ କରି ଆଗକୁ ବଢିବ। ୧୭ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ପରେ ପୁଣି ଦିଗ ପରିବର୍ତନ କରି ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ସେତେବେଳେ ଏହା ଭୀଷଣ ରୂପ ଧାରଣ କରିଥିବ, ଯେତେବେଳେ କି ପବନର ବେଗ ଥିବ ୧୧୦ରୁ ୧୨୦ କିଲୋମିଟର। ୧୮ ତାରିଖରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ।

ଓଡ଼ିଶା ପାଇଁ ବିପଦ ହେଉଛି, ଏହା ଯେତିକି ଉତ୍ତରକୁ ଯିବ, ସେତିକି ଉପକୂଳ ଆଡ଼କୁ ମାଡ଼ିବ। ୧୯ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଅଧିକ ପାଖରେ ଏହା ଆଗକୁ ବଢିବ।ସେତେବେଳକୁ ବାତ୍ୟା ଅତି ଭୀଷଣ ବା ଏକ୍ସଟ୍ରିମ୍ଲି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଚର୍ମରେ ପରିଣତ ହୋଇସାରିଥିବ। ଏହି ଅବସ୍ଥାରେ ସେ ପାଖାପାଖି ୧୨ ଘଣ୍ଟା ରହିବ। ଅର୍ଥାତ୍ ଯେଉଁ ସମୟରେ ବାତ୍ୟା ପାରାଦୀପ ଉପକୂଳରୁ ବାଲେଶ୍ବର ଯାଏ ସ୍ଥଳଭାଗର କିଛି ଦୂରରେ ଯାଉଥିବ, ସେତେବେଳେ ବାତ୍ୟାର ପ୍ରକୋପ ସର୍ବୋଚ୍ଚ ସୀମା ଛୁଇଁଯାଇଥିବ। ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହେବା ଆରମ୍ଭ କରି ବାଂଲାଦେଶ ଆଡ଼କୁ ମୁହାଁଇବ।

୧୮ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବହିବ ଏବଂ ମଝିରେ ମଝିରେ ୬୫ କିଲୋମିଟର ବେଗରେ ଆସି ଝଟକା ଦେବ। ହେଲେ ଉତ୍ତର ଓଡ଼ିଶାରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।

Leave A Reply

Your email address will not be published.