ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଆଇଏଏସ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ

0

ଧର୍ମଗଡ଼: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ।

ସୂଚନା ଅନୁସାରେ ଭିଜିଲାନ୍ସ ଗିରଫ ପରେ ତାଙ୍କ ପଦରୁ ନିଲମ୍ବନ କରିଥିଲେ ସରକାର। ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଚଢଉ କରିଥିଲା ଭିଜିଲାନ୍ସ। ଏହା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।
ଧୀମାନ ଚକମାଙ୍କୁ ଭବାନୀପାଟଣା ଜେଲର ୩ ନମ୍ବର ୱାର୍ଡକୁ ସ୍ଥାନାନ୍ତର। ତାଙ୍କୁ ସାଧାରଣ ବିଚାରଧୀନ କଏଦୀଙ୍କ ସହ ରଖାଯାଇଛି। ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଜେଲ ଭିତରେ ଥିବା ମେଡିକାଲରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ରଖାଯାଇଥିଲା। ଜୁନ ୨୦ ତାରିଖରେ ଆଇଏଏସ୍‌ ଧୀମନ ଚକମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ।

Leave A Reply

Your email address will not be published.