ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

କୋଟିପତି ଡେପୁଟି ରେଞ୍ଜର ଗିରଫ

0

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ। ଗତକାଲି ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି। ରେଞ୍ଜର ବାବୁଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯିବା ସହ ତାଙ୍କ ଘରୁ ପ୍ରାୟ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ କେଜି ସୁନା ଜବତ ହୋଇଥିଲା। ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି। ଭିଜିଲାନ୍ସ ଟିମ୍‌ ଅଧିକରୁ ଅଧିକ ତଦନ୍ତ କରିବା ସହ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ମାସିକ ଦରମା ୬୯ହଜାର ୬୮୦ଟଙ୍କା ବୋଲି ଜଣାପଡିଛି। ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାମଚନ୍ଦ୍ରଙ୍କ କୋରାପୁଟ ଜିଲା ଜୟପୁର ଟାଉନ ପିଆର୍‌ ପେଟା ଏନ୍‌କେଟି ରୋଡରେ ପ୍ରାୟ ୪୦୦୦ ବର୍ଗଫୁଟ ଅଞ୍ଚଳରେ ଏକ ୩ ମହଲା କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର ରଘୁନାଥପୁର ଜାଲିରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ଓ ଜୟପୁର ଟାଉନ ପିଆର୍‌ ପେଟାସ୍ଥିତ ଏକ ଆପାର୍ଟମେଣ୍ଟରେ ୨ଟି ୨ ବିଏଚ୍‌କେ ଫ୍ଲାଟ୍‌ ଠାବ ହୋଇଛି। ଘରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଜବତ ହୋଇଛି। ଏହା ମଧ୍ୟରୁ ଜୟପୁରସ୍ଥିତ ଫ୍ଲାଟ୍‌ର ସିକ୍ରେଟ୍‌ ଟ୍ରେଜେରିରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ମିଳିଥିବା ବେଳେ ଜୟପୁର ଟାଉନସ୍ଥିତ ବାସଭବନରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି। ୧.୫ କେଜି ସୁନା ଓ ୪.୬୩୭ କେଜି ରୁପା ମିଳିଛି। ମିଳିଛି। ଏଥିରେ ୧୦ ଗ୍ରାମର ୧୬ଟି ସୁନା ବିସ୍କୁଟ ଓ ଏକାଧିକ ସୁନା କଏନ୍‌ ଓ ବିଭିନ୍ନ ଅଳଙ୍କାର ରହିଛି। ଜୟପୁର ଟାଉନରେ ଦୁଇଟି ବହୁମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ତେବେ ରାମଚନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୪ଟି ବ୍ୟାଙ୍କରେ ୧୦ ଆକାଉଣ୍ଟ ଥିବା ବେଳେ ଏସବୁରେ ୧ କୋଟି ୩୨ ଲକ୍ଷ ୧୯ ହଜାର ୭୩୦ ଟଙ୍କା ଓ ଜୀବନବୀମା ଜମା ୬୬ ହଜାର ରହିଛି। ରାମଚନ୍ଦ୍ରଙ୍କ ଘରୁ ଦୁଇଟି ଦୁଇ ଚକିଆ ଯାନ (କିଆ କାରେନ୍ସ ଓ ଟାଟା ଏସିଇ) ଓ ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି। ସେହିପରି ୧୫.୫୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ମଧ୍ୟ ଠାବ ହୋଇଛି। ବନୀକରଣ ଏବଂ ବୃକ୍ଷରୋପଣରେ ଦୁର୍ନିତି କରି ରାମଚନ୍ଦ୍ର ଏହି ସମ୍ପତ୍ତିର ସାମ୍ରାଜ୍ୟ ଛିଡ଼ା କରିଥିବା ଭିଜିଲାନ୍ସ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.