ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ ବଦଳି ହେଲେ ୬ ଅଧିକାରୀ

0

ନ୍ୟୁଜବ୍ୟୁରୋ: ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହୋଇଛନ୍ତି ୬ ଅଧିକାରୀ।

ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ହୋଇଥିଲା। ପରୀକ୍ଷା ଆଗରୁ ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିଥିଲା। ତେବେ, ଏଥିରେ କେମିତି ପ୍ରଶ୍ନପତ୍ର ବାହାରକୁ ଗଲା, ତା ଉପରେ ବୋର୍ଡ କର୍ତ୍ତୃପକ୍ଷ ଏଯାଏଁ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା। ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା। ପେପର୍‌-୧ ଓ ପେପର୍‌-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା।

Leave A Reply

Your email address will not be published.