ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଅଚଳ,ଅବୈଧ ଫାଷ୍ଟଟ୍ୟାଗ ଗାଡିରୁ ୨ଗୁଣା ଟୋଲ ଫି

0

ଭୁବନେଶ୍ବର: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏକ ବିଜ୍ଞପ୍ତି ଚଳିତ ମାସ 15 ତାରିଖରେ ଜାରି କରାଯାଇଛି । ଏହା ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।

ନୂତନ ବିଜ୍ଞପ୍ତି ଅନୁସାରେ କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ଅଥବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି (ପଥକର) ଆଦାୟ ହେବ । ଏଭଳି ଯାନ ଲାଗି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରେ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି ।

ଏହି ସଂଶୋଧନ ପୂର୍ବରୁ ଗାଡି ବ୍ୟବହାରକାରୀଙ୍କୁ ବିନା ଫାଷ୍ଟଟ୍ୟାଗରେ ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଡେଡିକେଟେଡ୍ ଲେନରେ ପ୍ରବେଶ କଲେ ଦୁଇଗୁଣ ଟୋଲ ଫି ଦେବାକୁ  ପଡୁଥିଲା ।

Leave A Reply

Your email address will not be published.