ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ଅଫିସର

0

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍‌ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ ଓ କାଇଁଶିରସ୍ଥିତ କାର୍ଯ୍ୟାଳୟ ସହିତ ଭୁବନେଶ୍ବର ଓ ବ୍ରହ୍ମପୁର ପୈତୃକ ଘରେ ଭିଜିଲାନ୍ସର ୪ ଡିଏସ୍‌ପି, ୧୦ ଇନ୍ସପେକ୍ଟରଙ୍କୁ ମିଶାଇ ଏକ ୧୪ ଜଣିଆ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ୨ ଡିଏସ୍‌ପି ଓ ୫ ଇନ୍ସପେକ୍ଟର(୩ ମହିଳା) ମିଶି ଏକ ୭ ଜଣିଆ ଭିଜିଲାନ୍ସ ଦଳ ଚଢ଼ାଉ କରି ନଗଦ ୪୫ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କ ଜମାଖାତା ଓ ଅନ୍ୟାନ୍ୟ କାଗଜପତ୍ର ତଥା ସମ୍ପତ୍ତି ଓ ଗାଡ଼ି ମଟରର ବୈଧତା ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.