ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ

0

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ । ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କର ବୟାନ ରେକର୍ଡ ହୋଇଛି । ଯେଉଁଥିରେ ସେ କୌଣସି ଭୁଲ କାର୍ଯ୍ୟରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ । ଇଡି ସୂଚିତ କରିଛି ଯେ ତାଙ୍କୁ ୧୦ ଦିନ ମଧ୍ୟରେ ପୁଣି ସମନ କରାଯାଇପାରେ । ୧୭୦୦୦ କୋଟି ଟଙ୍କାର କଥିତ ଋଣ ଠକେଇ ମାମଲାର ଇଡି ତଦନ୍ତର ଅଂଶ ସ୍ୱରୂପ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ରିଲାଏନ୍ସ ଗ୍ରୁପ୍ କମ୍ପାନୀ ଯେପରିକି ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL), ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ଏବଂ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ର ମନି ଲଣ୍ଡରିଂ ଏବଂ ଅଣ-ପ୍ରଫର୍ମିଂ ସମ୍ପତ୍ତି ସହିତ ଜଡିତ । ଅଣ-ପ୍ରଫର୍ମିଂ ସମ୍ପତ୍ତି ହେଉଛି ଏକ ଋଣ ଯାହା ୯୦ ଦିନରୁ ଅଧିକ ସମୟ ପାଇଁ ବକେୟା ରହିଥାଏ ଏବଂ ଯାହାର ମୂଳ କିମ୍ବା ସୁଧ ପରିଶୋଧ କରାଯାଇ ନଥାଏ ।

ତାଙ୍କ ଉପରେ ଅଭିଯୋଗ ରହିଛିଯେ, ୨୦ଟି ସରକାରୀ ଏବଂ ଘରୋଇ ବ୍ୟାଙ୍କରୁ ନିଆଯାଇଥିବା ୧୭ ହଜାର କୋଟି ଟଙ୍କାର ଋଣକୁ ସେଲ୍ କମ୍ପାନୀ ମାଧ୍ୟମରେ ବ୍ୟବହାର କରାଯାଇଥିଲା କି ନାହିଁ ବୋଲି ଇଡି ଜାଣିବାକୁ ଚାହୁଁଛି ଯେ । ବିଶେଷକରି, ୨୦୧୭-୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ନିଆଯାଇଥିବା ୩ ହଜାର କୋଟି ଟଙ୍କାର ଋଣ ଉପରେ ପ୍ରଶ୍ନ ଉଠିଛି, ଯେଉଁଥିରେ ଲାଞ୍ଚ ଦେବା ଏବଂ ଅନୁପଯୁକ୍ତ ଉପାୟରେ ଋଣ ଅନୁମତି ପାଇବାର ଅଭିଯୋଗ ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ, ଇଡି ୨୪-୨୬ ଜୁଲାଇ ୨୦୨୫ ରେ ମୁମ୍ବାଇ ଏବଂ ଦିଲ୍ଲୀରେ ରିଲାଏନ୍ସ ଗ୍ରୁପର ୩୫ ଟି ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ରେକର୍ଡ ଜବତ କରାଯାଇଥିଲା । ଅନିଲ ଅମ୍ବାନୀଙ୍କ ବିରୋଧରେ ଏକ ଲୁକଆଉଟ୍ ସର୍କୁଲାର (LOC) ମଧ୍ୟ ଜାରି କରାଯାଇଥିଲା, ଯାହା ଅନୁଯାୟୀ ସେ ଦେଶ ଛାଡି ଯାଇପାରିବେ ନାହିଁ ।

Leave A Reply

Your email address will not be published.