ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

0

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର ବେହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ପ୍ରେମଲତା ଏଲ ଏ ଟି ଘରୋଇ ସସ୍ଥାରୁ ୮୦ ହଜାର ଟଙ୍କା ଋଣ କରିଥିଲେ। ସେ ମାସିକ ୪ ହଜାର ଟଙ୍କା କିସ୍ତି ଦେଉଛନ୍ତି। ପ୍ରତ୍ୟେକ ମାସ ୧୦ ତାରିଖ ଦିନ କିସ୍ତି ଦେବା ପାଇଁ ତାଙ୍କ ସ୍ବାମୀଙ୍କୁ ମାଗିଥିଲେ। ସ୍ବାମୀ ଦରମା ପାଇଲେ ଦେବା ପାଇଁ କହିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ ପ୍ରେମଲତା ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଭୁବନ ଡାକ୍ତର ଖାନାକୁ ନେଇଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। କଟକ ସ୍ଥାନାନ୍ତରୀତ ସମୟରେ ତାଙ୍କ ଦେହର ୬୦ ଭାଗ ପୋଡ଼ିଯାଇଥିବା ଭୁବନ ଡାକ୍ତର ଖାନା କର୍ମଚାରୀ ମାନଙ୍କ ପକ୍ଷରୁ କୁହାଯାଇଛି। ଖବର ପାଇ ଭୁବନ ଥାନା ଅଧିକାରୀ ଧିରେନ ସାଇଁ ଡାକ୍ତର ଖାନାରେ ପହଞ୍ଚିଥିଲେ । ସେତେଳେକୁ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତରୀତ କରାଯାଇଥିଲା। ସୋମବାର କାମାକ୍ଷାନଗର ଏସଡିପିଓ ରଜନୀ କାନ୍ତ ସାମଲ ଓ ଜିଲା ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଭୁବନ ଥାନା ଅଧିକାରୀ କଟକରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ମହିଳାଙ୍କ ନିକଟକୁ ଯାଇଛନ୍ତି ବୋଲି କହିବା ସହିତ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.