ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

0

ସମ୍ବଲପୁର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି।
ଏହା କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉତ୍ପାଦ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକଶିତ କରିବାରେ ସହାୟକ ହେବ।

ଏହି ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଏକ ପରିବର୍ତ୍ତନକାରୀ ହେବ – କୃଷି ଗବେଷଣାକୁ ଆଗକୁ ବଢାଇବ, ଚାଷୀମାନଙ୍କୁ ସଶକ୍ତ କରିବ ଏବଂ ସ୍ଥାୟୀ କୃଷି ପଦ୍ଧତିରେ ନବସୃଜନକୁ ପ୍ରୋତ୍ସାହିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କୃଷି ଓ ଆନୁଷଙ୍ଗିକ ବୃତ୍ତିକୁ ଲାଭଜନକ ଉଦ୍ୟୋଗରେ ପରିଣତ କରି ଲୋକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.