ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବାଲ୍‌ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା

0

ଭୁବନେଶ୍ବର: ରାଜ୍ୟର ସମସ୍ତ ଶିଶୁ(ବାଲ୍‌)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳ ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା। ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍‌) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା ପ୍ରଦାନ କରାଯିବ।

ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଗୁରୁତ୍ୱ ଦେବାକୁ ପିଏମ୍ ପୋଷଣ ନୋଡାଲ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଦୈନିକ ୧୧ଟଙ୍କା ୧୫ ପଇସା ସହ ଶହେ ଗ୍ରାମ ଚାଉଳ ଓ ଷଷ୍ଠରୁ ଦଶମ ଯାଏଁ ପ୍ରତି ପିଲାଙ୍କୁ ଦୈନିକ ୧୪ ଟଙ୍କା ୭୪ ପଇସା ସହ ଏବଂ ଦେଢ଼ ଶହ ଗ୍ରାମ ଲେଖାଏଁ ଚାଉଳ ମଧ୍ୟ ମିଳିବ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍‌ରେ ପ୍ରଦାନ କରାଯିବ।

Leave A Reply

Your email address will not be published.