ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ

0

ଭୁବନେଶ୍ବର: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି।

ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି, ଯେଉଁଥିରେ ଦିଲ୍ଲୀ (୩୫୬୪), ମହାରାଷ୍ଟ୍ର (୩୨୯୬), କର୍ଣ୍ଣାଟକ (୨୨୩୬) ଏବଂ ଉତ୍ତର ପ୍ରଦେଶ (୮୫୦) ଅଗ୍ରଣୀ ରହିଛି। ଏହି ବଡ଼ ରାଜ୍ୟଗୁଡ଼ିକ ଠାରୁ ଠିକ୍ ପଛରେ ଥିବା ଓଡ଼ିଶା ସହରାଞ୍ଚଳରେ ପରିବେଶ ଅନୁକୂଳ ଗମନାଗମନ କ୍ଷେତ୍ରରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଓଡ଼ିଶା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ (୩୯୧), ଆନ୍ଧ୍ର ପ୍ରଦେଶ (୨୩୮), ଛତିଶଗଡ଼ (୨୧୫) ଏବଂ ଝାଡ଼ଖଣ୍ଡ (୪୬) କୁ ଏ କ୍ଷେତ୍ରରେ ଢେର ପଛରେ ପକାଇଛି।

କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍‍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି।
“ଆମ ବସ” ସେବାର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ୍‍ ଡିପୋ ଏବଂ ଟର୍ମିନାଲରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଉଛି, ଯେତେବେଳେ କି କ୍ୟୁଆର-ଆଧାରିତ ପେମେଣ୍ଟ, ଏନସିଏମସି କାର୍ଡ ଏବଂ ଆପ୍-ସକ୍ଷମ ବୁକିଂ ସମେତ ସ୍ମାର୍ଟ ଟିକେଟ୍ ସିଷ୍ଟମ୍ ପ୍ରବର୍ତ୍ତନ କରାଯାଉଛି। ଏହା ସହିତ, ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ-କୈନ୍ଦ୍ରିକ ସେବା ପ୍ରଦାନ କରିବା ପାଇଁ କର୍ମଚାରୀମାନଙ୍କର ମାନଙ୍କର ତାଲିମ ଏବଂ ଦକ୍ଷତା ବୃଦ୍ଧି ଦିଗରେ ଉଦ୍ୟମ ଜାରିରହିଛି।

Leave A Reply

Your email address will not be published.