ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ପୁରୁଷୋତ୍ତମ ଏକ୍ସପ୍ରେସ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି।

ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି ଜିଆରପି ପୋଲିସ। ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ଶବ ଦେଖି ରେଲବାଇ ପୋଲିସ ତଥା ଜିଆରପି କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଆରମ୍ଭ କରିଛି ପଞ୍ଚନାମା। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି।

Leave A Reply

Your email address will not be published.