ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସ୍ବର

0
  • ଅମ୍ଫାନ୍ ମୁକାବିଲାର ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଶଂସା
  • ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେନି କି ନବୀନଙ୍କ ଟିମ କଥା ବି ଆଉ କହିଲେନି

ଭୁବନେଶ୍ବର: ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ସାମ୍ନାରେ ଲକ୍ ଡାଉନ୍ ଠାରୁ ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କଥା ରଖିଛନ୍ତି। ଏଥିରେ ଓଡ଼ିଶା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି। ହେଲେ ମୋଦୀ ଓଡ଼ିଶାବାସୀଙ୍କୁ ସିନା ପ୍ରଶଂସା କରିଛନ୍ତି, ଓଡ଼ିଶା ସରକାରଙ୍କ ସଂପର୍କରେ ଉଁ କି ଚୁଁ କହିନାହାନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ବେଳେ ବାତ୍ଯା ମୁକାବିଲା ପାଇଁ ନବୀନଙ୍କ ଟିମ୍ କଥା କହିଥିଲେ। ଆଜି ଅମ୍ଫାନ୍ ମୁକାବିଲା ବେଳେ ରାଜ୍ୟ ସରକାରଙ୍କ ବଦଳରେ ରାଜ୍ୟବାସୀଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ବରରେ ଏଭଳି ପରିବର୍ତନକୁ ରାଜନୈତିକ ମହଲ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ପ୍ରିୟ ଦେଶବାସୀଗଣ, ଗୋଟିଏ ପଟେ ଆମେ ମହାମାରୀ ସହିତ ସଂଗ୍ରାମ
କରୁଥିବାବେଳେ ଅନ୍ୟପଟରେ ଏଇ କିଛିଦିନ ତଳେ ପୂର୍ବ ଭାରତର କିଛି ଅଂଶରେ ଆମକୁ ପ୍ରାକୃତିକ ବିପଦର ମଧ୍ୟ ସାମ୍ନା କରିବାକୁ ପଡ଼ିଛି । ଗତ କିଛି ସପ୍ତାହ ମଧ୍ୟରେ ଆମେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମହାବାତ୍ୟା ଅମ୍ଫାନ୍‌ର ଧ୍ୱଂସଲୀଳା ଦେଖିଛେ । ଏଇ ତୋଫାନ୍‌ରେ ଅନେକ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । କୃଷକମାନଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଛି । ପରିସ୍ଥିତିର ଆକଳନ କରିବା ପାଇଁ ମୁଁ ଗତ ସପ୍ତାହରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଯାଇଥିଲି । ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକମାନେ ଯେଉଁଭଳି ସାହସର ସହିତ ଏହି
ପରିସ୍ଥିତିର ମୁକାବିଲା କରିଛନ୍ତି ତାହା ପ୍ରଶଂସନୀୟ । ଏଭଳି ଏକ ସଂକଟ ସମୟରେ ଦେଶ ମଧ୍ୟ ସେମାନଙ୍କ ସହିତ ଛିଡ଼ାହୋଇଛି ।

ଗୋଟିଏ ପଟେ ସରକାରର ବର୍ଷ ପୂର୍ତି ଅବସରରେ ରାଜ୍ୟ ବିଜେପି ତାର ରଣନୀତି ବଦଳାଇଥିବା ବେଳେ ଅନ୍ୟପଟରେ କେନ୍ଦ୍ର ସରକାର ମଧ୍ୟ ତାଙ୍କ ଆଭିମୁଖ୍ୟରେ ପରିବର୍ତନ ଆଣିଛନ୍ତି, ଆଜି ଏହାର ଏକ ବଡ଼ ସଙ୍କେତ ଦେଖିବାକୁ ମିଳିଛି। ପୂର୍ବରୁ ସବୁ କଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶଂସା କରୁଥିଲା କେନ୍ଦ୍ର। ଏପରିକି ବିଜେଡି ପ୍ରତିପକ୍ଷ ଦଳ ହୋଇଥିଲେ ବି ପ୍ରଧାନମନ୍ତ୍ରୀ ସଂସଦରେ ରେକର୍ଡ କରାଇଥିଲେ ଯେ ଓଡ଼ିଶାର ବିଜେଡ଼ି କେତେ ଶୃଙ୍ଖଳିତ। ଗୃହ ମଧ୍ୟଭାଗକୁ ନ ଆସି ବି ସେମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ମୋଦୀଙ୍କ ଏ ସୂଚନା ବେଶ୍ କିଛି ଦିନ ପାଇଁ ରାଜନୈତିକ ମହଲକୁ ହଲଚଲ୍ କରିଦେଇଥିଲା।

Leave A Reply

Your email address will not be published.