ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଓଡିଶା ଫେରିଲେ ନବୀନ ପଟ୍ଟନାୟକ

0

ଭୁବନେଶର: ଓଡିଶା ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ୩୨ ଦିନ ରହିବା ପରେ ଆଜି ନବୀନ ଓଡିଶା ଫେରିଛନ୍ତି। ନୂଆପଡା ଉପନିର୍ବାଚନ ପୂର୍ବରୁ ଦିଲ୍ଲୀରୁ ପେରିଲେ ନବୀନ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ବତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।

ସେପ୍ଟେମ୍ବର ମାସ ୭ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ନୂଆଦିଲ୍ଲୀ ଯାଇଥିଲେ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ନେତା ସହ ଆଲୋଚନା ଏବଂ ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଦିଲ୍ଲୀସ୍ଥିତ ବାସଭବନରେ ୩୨ ରହଣି ମଧ୍ୟରେ ନବୀନ, ନିଜ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କୁ ଭେଟିବା ସହ ବହି କିଣିବା ଏବଂ ପଢିବାରେ ନିଜ ସମୟ ବିତାଇଥିଲେ। ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

Leave A Reply

Your email address will not be published.