ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

0

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ୩ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଖାସ୍ କରି ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବା ସହ ୭୦ କିମି ବେଗରେ ପବନ ବୋହିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ତେବେ ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ରବିବାର ଏହିସବୁ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

Leave A Reply

Your email address will not be published.