ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ

0

କଟକ: କଟକ ଟାଙ୍ଗୀ ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର।ଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଖବର ମୁତାବକ, କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା। ଏହାପରେ, ବେଆଇନ ଭାବେ କୃପାସିନ୍ଧୁ ପ୍ରଧାନଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ୨ ଦିନ ଧରି ଥାନାରେ ଅଟକ ରଖିଥିଲା।

ନିର୍ଯାତନାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି। ଏ ନେଇ ପୋଲିସ ଡିଜିଙ୍କୁ ଅଭିଯୋଗ ହେବାପରେ, ଘଟଣାର ତଦନ୍ତ କରି ଥାନା ଆଇଆଇସି ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ।

Leave A Reply

Your email address will not be published.