ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

0

ନ୍ୟୁଜ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି। ରାତି ୧୧ଟା ୪୫ ପର୍ଯ୍ୟାନ୍ତ ଚାଲିବ ଫର୍ମ ପୂରଣ। ଫର୍ମ ପୂରଣ ପାଇଁ ସମସ୍ତ ତଥ୍ୟ ବୋର୍ଡ ୱେବ ସାଇଟରୁ ଜାଣି ପାରିବେ। ଛାତ୍ରଛାତ୍ରୀ ବିଦ୍ୟାଳୟର ମୁଖ୍ୟଙ୍କ ମାଧ୍ୟମରେ ଅନଲାଇନରେ ଫର୍ମ ପୂରଣ କରିପାରିବେ। www.bseodidha.ac.in ରେ ସମସ୍ତ ତଥ୍ୟ ଉପଲବ୍ଧ ଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୌଣସି ଅସୁବିଧା କିମ୍ବା ଶେଷ ମୁହୂର୍ତ୍ତର ସମସ୍ୟାକୁ ଏଡାଇବା ପାଇଁ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମୟସୂଚୀ ଏବଂ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.