ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର ରହସ୍ୟ

0

ପୁରୀ : ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍‍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି କୁହାଯାଇଥାଏ । କେହି କେହି ଶ୍ରୀ ବିଗ୍ରହଙ୍କର ପ୍ରତ୍ୟକ୍ଷ ସ୍ନାନ ଦେଖିବାକୁ ଆସିଥାନ୍ତି ଓ ଆଉ କେହି କେହି ଏହାକୁ ମଞ୍ଚା ସ୍ନାନ ବୋଲି କହିଥାନ୍ତି ।

ଜନଶ୍ରୁତି ଅଛି, ଭାରତବର୍ଷର ସବୁ ତୀର୍ଥ ସ୍ଥାନକୁ ଜଳ ଆଣି ଏକଦା ଶ୍ରୀଜିଉମାନଙ୍କର ଏହି ସ୍ନାନ ବିଧି ସମ୍ପର୍ଣ୍ଣ ହେଉଥିଲା । ପରେ ଏହା କଷ୍ଟସାଧ୍ୟ ହେବାରୁ ଏହି ସୁନା ପାତ୍ରରେ ଆସୁଥିବା ଏହି ଜଳକୁ ଦେବୀ ଶୀତଳାଙ୍କ ମନ୍ଦିର ସମ୍ମୁଖ କୂଅରେ ବୁଡାଇ ରଖାଯାଇଥିଲା । ସେବେଠାରୁ ଏହାକୁ ସୁନା କୂଅ (ଗୋଲେଇ ପାଞ୍ଚ ଫୁଟ, ଗଭୀର ୮୦ ଫୁଟ) ର ମାନ୍ୟତା ଦିଆଯାଇଛି ଓ ଏହି ଜଳକୁ ଅନ୍ୟ ଦିନ ବ୍ୟବହାର ନିଷିଦ୍ଧ ହୋଇଛି ।

ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ୧୦୮ ଗରା ଜଳ କଢାଯାଇ ତାହାକୁୁ ଚୁଆ, ଚନ୍ଦନ, କର୍ପୁର ଆଦି ପକାଇ ଅଧିବାସ କରାଯାଇଥାଏ । ଏହାକୁ ଶ୍ରୀମନ୍ଦିର ପରିସରସ୍ଥ ସରଘରରେ ରଖାଯାଇଥାଏ । କିନ୍ତୁ ସରଘର ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିର୍ମିିତ କରିପାରିନାହାନ୍ତି । ଏଥିପାଇଁ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି।

ବ୍ରହ୍ମପୁରାଣ କହେ, ସ୍ନାନ ପୂର୍ଣ୍ଣମୀରେ ବିଷ୍ଣୁଙ୍କର ସ୍ନାନ ସର୍ବକାଳିକ । ଏହି ଦିନ ପ୍ରଭୁ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ମହାସ୍ନାନ ବିଧାନ ଅନୁସାରେ, ସେବେ ସ୍ନାନଯାତ୍ରା କରାଯାଇଥିଲା । ନୀଳାଦ୍ରି ମହୋଦୟ କହେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ମହାସ୍ନାନ ସଂପର୍କରେ ସୂଚାଇଥିଲେ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ଏହିଠାରୁ ଆରମ୍ଭ ହୋଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀ ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥାଏ । ଏହି ଜଳ ସ୍ନାନ ପୂର୍ବରୁ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ପୂଜା ହୋଇଥାନ୍ତି । ପୂଜା ପରେ ଅଭିମନ୍ତ୍ରିତ ଏହି ଜଳକୁ ରୂପା ପିଙ୍ଗଣରେ ଢଳାଯାଏ । ଏହା ପରେ ଶ୍ରୀଅଙ୍ଗ ସ୍ନାନ କରାଯାଇଥାଏ ।

ସ୍ନାନ ନୀତି ସମାହିତ ପରେ ପ୍ରଭୁଙ୍କୁ ପୁଷ୍ପାଳକ ଦିବ୍ୟ ବସ୍ତ୍ର, ପୁଷ୍ପମାଲ୍ୟ ଆଦି ପ୍ରଦାନ କରିଥାନ୍ତି । ୧୯୯୦ ମସିହା ପରଠାରୁ ପୁରୀ ଗଜପତି ମହାରାଜା ନିଜେ ଯାଇ ଛେରା ପହଁରା କରୁଛନ୍ତି । ଗଜପତି ଏହି ଦିନ ଶ୍ରୀନଅରରେ ଉପସ୍ଥିତ ରହି ବ୍ରତ ଉପବାସ କରିଥାନ୍ତି । ଗଜପତି ଅନୁପସ୍ଥିତ ଥିଲେ ମୁଦିରସ୍ତ ଏହି ସେବା ତୁଲାଇବାର ବିଧି ରହିଛି ।

Leave A Reply

Your email address will not be published.