ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରବର୍ଟଙ୍କୁ ଇଡିର ପଚରାଉଚରା

0

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ପ୍ରବର୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବିଦେଶରେ ସମ୍ପତ୍ତି କିଣିଥିବା ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି । ରବର୍ଟଙ୍କୁ ନିଜେ ପ୍ରିୟଙ୍କା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟ ବାହାରେ ଛାଡ଼ିଥିଲେ। ପରେ ‌ପ୍ରିୟଙ୍କା ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଥିଲେ। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଥିଲେ, ମୋ ସ୍ବାମୀଙ୍କ ସହିତ ମୁଁ ଛିଡ଼ା ହୋଇଛି ବୋଲି ସ୍ପଷ୍ଟ ବାର୍ତା ଦେବାକୁ ଚାହେଁ ।
ରବର୍ଟ ଏହି ମାମଲାରେ ଆଗୁଆ ଜାମିନ ଆବେଦନ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ କିନ୍ତୁ ତାଙ୍କୁ ଲଣ୍ଡନରୁ ଫେରିବା ପରେ ବୁଧବାର ଇଡିରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.