ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କାହିଁକି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ?

0

ମୁମ୍ବାଇ: ବଲିଉଡ ଆଉ ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ହରାଇଛି। ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଖବର ଆସୁଛି। ଇରଫାନ୍ ଖାଁ, ଋଷି କପୁରଙ୍କ ନିଧନକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରି ଶୋକରେ ଥିବା ବେଳେ ଏହି ଖବର ସମସ୍ତଙ୍କୁ ବିସ୍ମିତ କରିଛି। ନିଜ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଅତିରିକ୍ତ ପୁଲିସ କମିସନର ଡ. ମନୋଜ ଶର୍ମା କହିଛନ୍ତି। ତେବେ ତାଙ୍କ ବାସଭବନରୁ କୌଣସି ଆତ୍ମହତ୍ୟା ଜନିତ ନୋଟ୍ ବା ଲେଖା ପୁଲିସକୁ ମିଳିପାରିନାହିଁ। ତାଙ୍କର ବୟସ ୩୪ ବର୍ଷ ହୋଇଥିଲା।

ବଲିଉଡରେ ତାଙ୍କ ଶେଷ ଫିଲ୍ମ ଚିଚୋର ଥିଲା ଓ ଏହା ୨୦୧୯ରେ ଚର୍ଚ୍ଚାକୁ ଆସିଥିଲା। ତାଙ୍କର ଟିଭି ସୋର ମଧ୍ୟ ସ୍ବତନ୍ତ୍ର ଖ୍ୟାତି ରହିଥିଲା। ସେ ‘କାଇ ପୋ ଚେ!’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ସବୁଠାରୁ ବଡ ହିଟ୍ ହେଉଛି ‘ଏମ୍ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରି’। ଯେଉଁଥିରେ ସେ ଭାରତର ବହୁ ପ୍ରିୟ କ୍ରିକେଟର ଧୋନିଙ୍କ ଭୂମିକା ବିଷୟରେ ଲେଖିଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କ ମା’ ପାଇଁ ଥିଲା। “ସେ ଏକ ଚିତ୍ର ସେୟାର କରିଥିଲେ ଏବଂ ଲେଖିଥିଲେ, ଲୁହରୁ ଅସ୍ପଷ୍ଟ ଅତୀତର ବାଷ୍ପୀଭୂତ ହୋଇ ଅନନ୍ତ ସ୍ୱପ୍ନ ହସୁଥିବା ଏକ ସ୍ୱପ୍ନ ଏବଂ ଏକ କ୍ଷଣସ୍ଥାୟୀ ଜୀବନ, ​​ଉଭୟଙ୍କ ମଧ୍ୟରେ ବୁଝାମଣା … # ମା’❤️”।

ବଲିଉଡର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.