ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଉପାସରେ ମହାପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ବିବାଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ।

ମକର ପୂର୍ବ ସନ୍ଧ୍ୟାରେ କ୍ଷୀର ଆଉଟାଇବା ପାଇଁ ପରବ ଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ ଏବଂ ଘଣ୍ଟ ଏବଂ ମେଘ ଡମ୍ବରୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ। ଉକ୍ତ ଶୁଣାଣିରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନବାଙ୍କ ବେଢ଼ା ନୀତି ସ୍ଥଗିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ; ଆଜି ମନ୍ଦିରରେ ‘ନବାନ୍ନ ଲାଗି’ ପୂଜାପାଠ ହେବାର ଥିଲା। କିନ୍ତୁ, ଗତ ୧୨ ଘଣ୍ଟା ଧରି ପୂଜାପାଠ ବନ୍ଦ ରହିଛି। ବ୍ରାହ୍ମଣ ନିଯୋଗ ଏବଂ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ପୂଜାପାଠ ବନ୍ଦ ରହିଛି। ଗତ କିଛି ବର୍ଷ ଧରି ଏହି ବିବାଦ ଚାଲିଛି। ବଡୁ ନିଯୋଗ ଏ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଣୁ, କୋର୍ଟ ବିବାଦର ସମାଧାନ ପାଇଁ ଏଣ୍ଡାଓମେଣ୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ।

ତେଣୁ, ସନ୍ଧ୍ୟାଧୂପ ପୂଜାପାଠ ପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ପୂଜାପାଠ ଗତକାଲିଠାରୁ ବନ୍ଦ କରାଯାଇଛି। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ବନ୍ଦ ରହିବ ବୋଲି ସେବକମାନେ ଚେତାବନୀ ଦେଇଛନ୍ତି। ସେବକ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ଏହି ପୂଜାର୍ଚ୍ଚନା ବନ୍ଦ କରାଯିବା ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.