ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

0

ଯାଜପୁର: ଇତିହାସରେ ପ୍ରଥମ ଥର ପାଇଁ ମା’ ବିରଜା କ୍ଷେତ୍ରକୁ ରାଷ୍ଟ୍ରପତିଙ୍କ ଆଗମନ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବୃଆରୀ ୩ ତାରିଖରେ ପ୍ରଥମ ଥର ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ଫେବୃଆରୀ ୨ ତାରିଖରେ ଓଡ଼ିଶା ଗସ୍ତରେ ପହଞ୍ଚିବା ପରେ ୩ ତାରିଖ ସକାଳ ୯ଟା ସମୟରେ ମା’ ବିରଜାଙ୍କ ମନ୍ଦିରରେ ପହଞ୍ଚି ଦୀର୍ଘ ପ୍ରାୟ ଦୁଇ ଘଣ୍ଟା ଧରି ପୂଜାର୍ଚ୍ଚନା କରିବେ। ପରେ ସେ ନାଭିଗୟାରେ ନିଜ ପିତୃପୁରୁଷଙ୍କ ମୋକ୍ଷ କାମନାରେ ପିଣ୍ଡଦାନ କରିବେ। ଏହି ପୂଜା କାର୍ଯ୍ୟକ୍ରମରେ ୧୭ ଜଣ ସେବାୟତ ପରିବାରର ସଦସ୍ୟ ସାମିଲ ହେବେ। ଇତିହାସରେ ପ୍ରଥମ ଥର ପାଇଁ ଦେଶର କୌଣସି ରାଷ୍ଟ୍ରପତି ମା’ ବିରଜାଙ୍କ ମନ୍ଦିରକୁ ଆସୁଥିବାରୁ ଯାଜପୁର ଜିଲ୍ଲାରେ ବିଶେଷ ଉତ୍ସାହ ପରିଲକ୍ଷିତ ହେଉଛି। ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ମା’ ବିରଜାଙ୍କ ମନ୍ଦିରକୁ ସଜାଯାଉଛି।

ପୌରାଣିକ ମାନ୍ୟତା ଅନୁଯାୟୀ, ଗାୟସୁର ନାମକ ଅସୁରଙ୍କ ସହ ସଂପୃକ୍ତ ନାଭିଗୟାରେ ପିଣ୍ଡଦାନ କରି ମା’ ବିରଜାଙ୍କ ଦର୍ଶନ କଲେ ପିତୃମାତୃମାନେ ବୈକୁଣ୍ଠ ପ୍ରାପ୍ତି କରନ୍ତି ବୋଲି ବିଶ୍ୱାସ ରହିଛି ଏବଂ ସେହି ଦିନଠାରୁ ଏଠାରେ ପିଣ୍ଡଦାନ ପରମ୍ପରା ଚାଲିଆସୁଛି। ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସେବାୟତ ପରିବାର ଓ ସ୍ଥାନୀୟ ବାସିନ୍ଦାମାନେ ବେଶ୍ ଉତ୍ସାହିତ ଅଛନ୍ତି। ସେବାୟତ ରାମଚନ୍ଦ୍ର ପାଣି କହିଛନ୍ତି ଯେ, ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରିବାକୁ ଆସୁଥିବାରୁ ସମସ୍ତ ସେବାୟତଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯିବ। ସ୍ଥାନୀୟ ବାସିନ୍ଦା ବଳଭଦ୍ର ଦାସ କହିଛନ୍ତି ଯେ, ଓଡ଼ିଶାର ଝିଅ ଭାବେ ରାଷ୍ଟ୍ରପତି ମା’ ବିରଜାଙ୍କ ସଂସ୍କୃତି ଓ ପରମ୍ପରା ସହ ପରିଚିତ ଥିବାରୁ ଏହି ଆଗମନ ସାରା ଦେଶରେ ମା’ ବିରଜା କ୍ଷେତ୍ରର ମହତ୍ତ୍ୱ ପ୍ରଚାର କରିବ। ଏନେଇ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବୁକ୍ ପ୍ରୋଟୋକଲ ଅନୁଯାୟୀ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯାଜପୁରର କିଛି ଅଞ୍ଚଳକୁ ଡ୍ରୋନ ମୁକ୍ତ କ୍ଷେତ୍ର ଘୋଷଣା କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.