ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା

0

ନ୍ୟୁଜ୍ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ନିଜକୁ ନିର୍ଦ୍ଦୋଷ ଦାବି କରିବା ସହ “ମୋତେ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଛି” ବୋଲି କହିଛନ୍ତି। ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏମକେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆଯାଉଥିବା ବେଳେ ପୂର୍ବତନ ବିଧାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, “ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ରାଜନୈତିକ ଉଦ୍ଦେଶ୍ୟରେ ମୋତେ ଓ ବିଜେଡିକୁ ବଦନାମ କରିବା ପାଇଁ ଏହି ମାମଲାରେ ଫସାଇ ଦିଆଯାଇଛି। ପଛଲା ୪ ମାସ ଧରି ମୁଁ ଜେଲରେ ରହିଛି, ତଥାପି ଅସୁବିଧା ସୃଷ୍ଟି କରାଯାଉଛି।” ତେବେ ସେ ନ୍ୟାୟପାଳିକା ଉପରେ ପୂରା ଭରସା ରଖିଥିବା କଥା କହି “ନିଶ୍ଚିତ ଭାବେ ନ୍ୟାୟ ପାଇବି” ବୋଲି ଆଶା ବ୍ୟକ୍ତ କରିଛନ୍ତି। ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ବର୍ତ୍ତମାନ ନ୍ୟାୟିକ ହିରାସତରେ ରହିଛନ୍ତି। ଆଜି ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲ୍‌ରୁ ଏମକେସିଜି ମେଡିକାଲ୍‌କୁ ନିଆଯାଇଥିଲା।

Leave A Reply

Your email address will not be published.