ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ

0

ଭୁବନେଶ୍ଵର: ରାଜ୍ୟରେ ୪୧ ଥାନାରେ ପୁନଃ ସ୍ଥାପନ ହେବ ସିସିଟିଭି କ୍ୟାମେରା। ଏନେଇ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଧିକାଂଶ ଥାନାରେ ସିସି କ୍ୟାମେରା ଲାଗିଛି, ହେଲେ ଏହାର ମରାମତି କିମ୍ବା ନିୟନ୍ତ୍ରଣ କକ୍ଷ ନାହିଁ। ଯେଉଁ କାରଣରୁ ରାଜଧାନୀର ଥାନାରେ ଲାଗିଥିବା କ୍ୟାମେରା ସ୍ମାର୍ଟସିଟି ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି।

ସାରା ରାଜ୍ୟର ଅତି କମରେ ୪୧ଟି ପୋଲିସ/ଜିଆରପି ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃସ୍ଥାପନ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଚିଠି ଜରିଆରେ ଅନୁରୋଧ କରାଯାଇଛି। ଏଡିଜି ଆଇନଶୃଙ୍ଖଳା ଓସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି। ୪୧ଟି ପୋଲିସ/ଜିଆରପି ଷ୍ଟେସନକୁ ମୋଟ ୮୨୧ଟି ସିସିଟିଭି କ୍ୟାମେରା ମଞ୍ଜୁର କରାଯାଇଛି। କିନ୍ତୁ ସେଥିମଧ୍ୟରୁ ୩୯୨ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। କଟକ ୟୁପିଡି ପୋଲିସ ଷ୍ଟେସନରେ ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିରହିଛି। ଏଥିରୁ ରାଜଧାନୀ ମଧ୍ୟ ବାଦ ପଡ଼ିନାହିଁ।

ପୋଲିସ ସଙ୍ଗଠନ ସମ୍ପର୍କରେ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ୧ ସୁଦ୍ଧା ରାଜ୍ୟରେ ୬୮୪ଟି ପୋଲିସ ଷ୍ଟେସନ ଥିଲା। ପ୍ରାୟ ୧୨,୮୨୦ଟି ସିସିଟିଭି କ୍ୟାମେରା ଲଗାଯିବାକୁ ଥିଲା। ୫୯୩ଟି ପୋଲିସ ଷ୍ଟେସନରେ ୧୧,୮୬୦ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ପ୍ରାୟ ୯୬୦ଟି ସିସିଟିଭି କ୍ୟାମେରା ଲଗାଯିବା ବାକି ଅଛି।

Leave A Reply

Your email address will not be published.