ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତକାଳୀନ ସମୟରେ କୁଆଲାଲମ୍ପୁରରେ ପ୍ରଧାନମନ୍ତ୍ରୀ ମାଲେସିଆର ପ୍ରଧାନମନ୍ତ୍ରୀ ଅନ୍ୱାର ଇବ୍ରାହିମ୍‌ଙ୍କ ସହ ବିସ୍ତୃତ ଦ୍ୱିପକ୍ଷୀୟ ଆଲୋଚନା କରିଥିଲେ। ଏଥିରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, ସାମୁଦ୍ରିକ ନିରାପତ୍ତା, ଆର୍ଥିକ ସମ୍ପର୍କ ଏବଂ ନବସୃଜନ ସହଭାଗିତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଗସ୍ତ ସମୟରେ ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ-ଶ୍ରାବ୍ୟ ସହ-ଉତ୍ପାଦନ, ଦୁର୍ନୀତି ନିବାରଣ, ସେମିକଣ୍ଡକ୍ଟର ବିକାଶ, ସ୍ୱାସ୍ଥ୍ୟ ଓ ଔଷଧ, ଛାତ୍ରବୃତ୍ତି ପ୍ରତିଷ୍ଠା ଏବଂ ଡିଜିଟାଲ୍‌ ପେମେଣ୍ଟ୍‌ କ୍ଷେତ୍ରରେ ସହଯୋଗ ନେଇ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏନ୍‌.ପି.ସି.ଆଇ. ଇଣ୍ଟରନ୍ୟାସନାଲ୍‌ ପେମେଣ୍ଟ୍ସ ଲିମିଟେଡ୍‌ ଓ ମାଲେସିଆର ପେ-ନେଟ୍‌ ମଧ୍ୟରେ ଚୁକ୍ତି ସ୍ଥାପିତ ହୋଇଛି।

ଏକ ମିଳିତ ବିବୃତ୍ତିରେ ଉଭୟ ଦେଶ ୨୦୨୪ରେ ପ୍ରତିଷ୍ଠିତ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର ଓ ଡିଜିଟାଲ୍‌ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସହଯୋଗ ସମ୍ପ୍ରସାରଣ ଉପରେ ସହମତି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ମାଲେସିଆ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ରହିଛି, ଯାହା ମାଲେସିଆରେ ଥିବା ବିଶାଳ ଭାରତୀୟ ପ୍ରବାସୀ ସମୁଦାୟ ଦ୍ୱାରା ଆହୁରି ସୁଦୃଢ଼ ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍‌ ଓ ଗବେଷଣା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ତିରୁଭଲ୍ଲୁଭର କେନ୍ଦ୍ର ପ୍ରତିଷ୍ଠାର ଘୋଷଣା ମଧ୍ୟ କରାଯାଇଛି।

ଗସ୍ତକାଳୀନ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମିଳିତ ସମ୍ମିଳନୀରେ ଅଂଶଗ୍ରହଣ କରି ଭାରତରେ ନିବେଶ ସୁଯୋଗ ଉପରେ ଆଲୋଚନା କରିଥିଲେ। ଏହା ସହ ଆସିଆନ୍‌ ପ୍ରତି ଭାରତର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରି ଆସିଆନ୍‌ ଅଧ୍ୟକ୍ଷତା ପାଇଁ ମାଲେସିଆକୁ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.