ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ

0

ନୂଆ ଦିଲ୍ଲୀ: ଲୋକସଭାରେ ଲଗାତାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ଥବିର ହୋଇପଡ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ କରି ଭାରି ପ୍ରତିବାଦ କରୁଛନ୍ତି। ଏହି ପରିସ୍ଥିତିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣାଯାଇପାରେ ବୋଲି ସୂଚନା ମିଳିଛି। ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍ ସୂତ୍ର ଅନୁସାରେ, ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହାସହିତ ପ୍ରସ୍ତାବ ଆଣିବା ପାଇଁ ୧୪ ଦିନ ପୂର୍ବରୁ ଲିଖିତ ନୋଟିସ ଦେବାକୁ ପଡ଼ିଥାଏ।

ଆଜି ବଜେଟ୍ ଅଧିବେଶନର ୯ମ ଦିନ ଥିବାବେଳେ, ସୋମବାର ଗୃହ କାର୍ଯ୍ୟ ହଟ୍ଟଗୋଳ ସହ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କୁ ଗୃହରେ କଥା କହିବାକୁ ଅନୁମତି ଦେବାକୁ ଦାବି କରୁଥିଲେ। ଏହାର ଉତ୍ତରରେ ଲୋକସଭା ବାଚସ୍ପତି କହିଥିଲେ ଯେ ପ୍ରଶ୍ନକାଳ ପରେ ବିରୋଧୀ ନେତାମାନେ ନିଜ ମତାମତ ଉପସ୍ଥାପନ କରିପାରିବେ। କିନ୍ତୁ ଏଥିରେ ବିରୋଧୀ ଦଳ ସନ୍ତୁଷ୍ଟ ହୋଇନଥିଲେ ଏବଂ ପ୍ରତିବାଦ ଜାରି ରଖିଥିଲେ। ପରିସ୍ଥିତି ଅନିୟନ୍ତ୍ରିତ ହେବା ପରେ ଲୋକସଭାକୁ ପ୍ରଥମେ ଦୁପୁର ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.