ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ

0

ନୂଆଦିଲ୍ଲୀ: ବାଂଲାଦେଶର ସାଧାରଣ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସୂଚନା ମିଳିଛି। ଦଳର ଅଧ୍ୟକ୍ଷ ତାରିକ ରହମାନଙ୍କ ନେତୃତ୍ୱରେ ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୧ରୁ ଅଧିକ ଆସନରେ ଦଳ ଅଗ୍ରସର ରହିଥିବା ଖବର ପ୍ରଚାରିତ ହୋଇଛି। ତଥାପି ଆଧିକାରିକ ଫଳାଫଳ ଘୋଷଣା ହେବାକୁ ବାକି ରହିଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହି ବିଜୟ ବାଂଲାଦେଶର ଜନତାଙ୍କ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥାର ପ୍ରତିଫଳନ। ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପ୍ରତି ଭାରତର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ଏହି ସଫଳତା ସହ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦିଗରେ ଅଗ୍ରସର ହୋଇଛନ୍ତି। ଅନ୍ୟପଟେ ଆୱାମୀ ଲିଗ ଏହି ନିର୍ବାଚନରେ ଅଂଶଗ୍ରହଣ କରିନଥିଲା। ଏହି ପରିପ୍ରେକ୍ଷିତରେ ଭାରତ–ବାଂଲାଦେଶ ସମ୍ପର୍କ ଆଗାମୀ ଦିନରେ ଆହୁରି ମଜବୁତ ହେବାର ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.