ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

୩୦୦ ସ୍କୁଲ ଓ ୩୦ ହସ୍ପିଟାଲ ଗଢ଼ିବ ଆଦାନୀ ଗ୍ରୁପ୍

0

ନୂଆଦିଲ୍ଲୀ: ଦେଶର ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଦାନୀ ଗ୍ରୁପ୍ ବଡ଼ ନିବେଶ ଯୋଜନା ଘୋଷଣା କରିଛି। ଆଗାମୀ ଦଶ ବର୍ଷ ମଧ୍ୟରେ ସାରା ଦେଶରେ ୩୦୦ଟି ସ୍କୁଲ ଓ ୩୦ଟି ଆଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ସାମାଜିକ ନିବେଶ କରିବାକୁ ଗୋଷ୍ଠୀ ପକ୍ଷରୁ ଯୋଜନା କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଏକ ନେତୃତ୍ୱ ସମ୍ମିଳନୀରେ ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଆଦାନୀ ସିମେଣ୍ଟର ନିର୍ଦ୍ଦେଶକ କରଣ ଆଦାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆର୍ଥିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଦେଶର ସମଗ୍ର ବିକାଶ ପାଇଁ ଆବଶ୍ୟକ।

ଏହି ଯୋଜନା ପ୍ରଥମେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୨ ମସିହାରେ ତାଙ୍କ ୬୦ତମ ଜନ୍ମଦିନରେ ଦେଇଥିବା ଦାନଶୀଳ ପ୍ରତିଶ୍ରୁତିର ଅଂଶ ଭାବେ ଘୋଷଣା କରିଥିଲେ। ଯୋଜନା ଅନୁସାରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ ହସ୍ପିଟାଲଗୁଡ଼ିକ ଗଢ଼ାଯିବ, ଯାହା ମାଧ୍ୟମରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ପହଞ୍ଚ ଆହୁରି ବଢ଼ିବ।

Leave A Reply

Your email address will not be published.