ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଗ୍ୟାସ ଅଭାବ ସତ୍ତ୍ୱେ ବନ୍ଦ ହେବନି ‘ଆହାର କେନ୍ଦ୍ର’

0

ଭୁବନେଶ୍ବର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ରନ୍ଧନ ଗ୍ୟାସ ଅଭାବ ଗଭୀର ହେଉଥିବା ସହ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ରୋଷେଇ କରିବା ଦୁର୍ଲଭ ହୋଇପଡ଼ିଛି। ଏଭଳି ସମୟରେ ଗରିବ ଓ ନିରାଶ୍ରୟ ଲୋକଙ୍କ ପାଇଁ ଭରସା ହୋଇଥିବା ଆହାର ଯୋଜନା କେନ୍ଦ୍ରଗୁଡ଼ିକ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

ତେବେ ଏହି ଆଶଙ୍କାକୁ ଦୂର କରି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ଆହାର କେନ୍ଦ୍ର ବନ୍ଦ ହେବନାହିଁ। ଗ୍ୟାସ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି।

ଓଡ଼ିଶାରେ ଥିବା ପ୍ରାୟ ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ମାଧ୍ୟମରେ ଚାଲୁଥିବା ୧୭୦ଟି ଆହାର କେନ୍ଦ୍ରର ସୁଚାରୁ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଆହାର ସୋସାଇଟି ସଭାପତିମାନଙ୍କୁ ପତ୍ର ଲେଖି ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କହିଛନ୍ତି।

ସେଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଗ୍ୟାସ ଉପଲବ୍ଧତା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଓ ବିତରକମାନଙ୍କ ସହ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

Leave A Reply

Your email address will not be published.