ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ରାଘବ ଚଡ୍ଡାଙ୍କ Z+ ସୁରକ୍ଷା ମଧ୍ୟ ପ୍ରତ୍ୟାହାର

0

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଦଳ ପକ୍ଷରୁ ଲଗାତାର କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦିଆଯାଇଥିବାବେଳେ, ଏବେ ତାଙ୍କୁ ମିଳିଥିବା Z+ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପଞ୍ଜାବ ସରକାର ପ୍ରତ୍ୟାହାର କରିଛି।ଦଳର ଏହି ପଦକ୍ଷେପ ପରେ ରାଘବ ଚଡ୍ଡା ସିଧାସଳଖ ଭାବେ ନିଜ ଦଳକୁ ଟାର୍ଗେଟ କରିଥିବା କଥା ସମ୍ମୁଖରେ ଆସିଛି, ଯାହାରେ ଦଳ ଭିତରେ ମତଭେଦ ବଢ଼ିବାର ସଙ୍କେତ ମିଳୁଛି।

ଆପ୍‌ ପକ୍ଷରୁ ଅଭିଯୋଗ ହେଉଛି ଯେ, ରାଘବ ଚଡ୍ଡା ସଂସଦରେ ଦେଶର ମୁଖ୍ୟ ପ୍ରସଙ୍ଗ ଉଠାଇବା ପ୍ରତିବଦ୍ଧ ନହୋଇ ନିଜସ୍ୱ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ସେହିପରି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବିଜେପି ନେତାଙ୍କୁ ଟାର୍ଗେଟ କରୁନଥିବାରୁ ମଧ୍ୟ ଦଳ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହି କାରଣରୁ ଏପ୍ରିଲ ୨ରେ ତାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇ ଦିଆଯାଇଥିଲା। ଏବେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ଦେବା ସହ ଦଳ ତାଙ୍କ ବିରୋଧରେ ଆହୁରି କଠୋର ମନୋଭାବ ଦେଖାଇଛି।

ଏପରି ସମୟରେ କୁହାଯାଉଛି କି, ରାଘବ ଚଡ୍ଡା ଭବିଷ୍ୟତରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ ଜୋର ଧରିଛି। ଏହି ଅନୁମାନକୁ ଆଧାର କରି ସେ ବିଜେପି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁନଥିବା କଥା ଆପ୍‌ ଶିବିରରେ ଚର୍ଚ୍ଚାରେ ରହିଛି। ତଥାପି, ଏହି ସମସ୍ତ ଘଟଣାକୁ ନେଇ ରାଘବ ଚଡ୍ଡା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ଆସିନାହିଁ।

Leave A Reply

Your email address will not be published.