ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ

0

ବିହାର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସହିତ ରାଜ୍ୟର ରାଜନୀତିରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ସମ୍ରାଟ ଚୌଧୁରୀ ବିହାରରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚନା କରିଛନ୍ତି। ଏପର୍ଯ୍ୟନ୍ତ ବିଜେପି ଏନଡିଏ ମହାଗଠବନ୍ଧନର ଅଂଶ ଭାବେ ସରକାରରେ ଥିଲେ ମଧ୍ୟ, ଦଳର କୌଣସି ନେତା ମୁଖ୍ୟମନ୍ତ୍ରୀ ପଦରେ ବସିନଥିଲେ। ତାଙ୍କ ସହିତ ଜନତା ଦଳ (ୟୁନାଇଟେଡ୍‌)ର ଦୁଇ ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଦୁଇ ନେତାକୁ ନୀତିଶ କୁମାର ଙ୍କ ନିକଟତମ ଓ ବିଶ୍ୱସ୍ତ ସହଯୋଗୀ ଭାବେ ଗଣାଯାଏ।

ସୂଚନାଯୋଗ୍ୟ,ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏନଡିଏ ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀଙ୍କୁ ବାଛାଯାଇଥିଲା। ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ପ୍ରସ୍ତୁତ କରିଥିଲେ। ବିଜୟ କୁମାର ଚୌଧୁରୀ ପୂର୍ବରୁ ଏନଡିଏ ସରକାରରେ ମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ଭଳି ଦାୟିତ୍ୱ ନେଇଥିବା ବେଳେ, ବିଜେନ୍ଦ୍ର ପ୍ରସାଦ ଯାଦବ ମଧ୍ୟ ଏକ ବରିଷ୍ଠ ମନ୍ତ୍ରୀ ଭାବେ ଅନୁଭବ ରଖିଛନ୍ତି। ଆଗାମୀ ଦିନରେ କ୍ୟାବିନେଟ ବିସ୍ତାର ହେବା ସହ ବିଭିନ୍ନ ବିଭାଗର ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।ଏହି ନୂଆ ସରକାର ଗଠନ ସହ ବିହାରର ରାଜନୈତିକ ପରିସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଯାହା ଆଗାମୀ ଦିନରେ ରାଜ୍ୟର ଶାସନ ବ୍ୟବସ୍ଥାରେ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.