ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍‌ଓପି

0

ଭୁବନେଶ୍ଵର: ରାଜ୍ୟରେ ବଢ଼ୁଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ରାଜସ୍ୱ ବିଭାଗ ନୂଆ ଏସ୍‌ଓପି (SOP) ପ୍ରସ୍ତୁତ କରିଛି। ଅଧିକ ତାପମାତ୍ରା ଥିବା ଅଞ୍ଚଳଗୁଡ଼ିକରେ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଲୋକମାନଙ୍କୁ ତାପ ରୁକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍‌ ପରିବହନ ଉପରେ କଠୋର ତଦାରଖ କରାଯିବ। ରାସ୍ତାରେ ଚଳାଚଳ କରୁଥିବା ଡ୍ରାଇଭରମାନଙ୍କ ପାଇଁ ଓଆରଏସ୍‌ ଓ ପିଇବା ପାଣିର ବ୍ୟବସ୍ଥା ହେବାକୁ ନିର୍ଦ୍ଦେଶ ରହିଛି।

ଏହା ସହିତ, ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଟିମ୍‌ ଓ ଆମ୍ବୁଲାନ୍ସ ସେବାକୁ ସତର୍କ ରଖାଯାଇଛି। କୌଣସି ଆପାତକାଳୀନ ସ୍ଥିତିରେ ୨୦ ମିନିଟ୍‌ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତ ଜନିତ ମୃତ୍ୟୁ ଘଟିଲେ, ରିପୋର୍ଟ ପାଇବାର ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦେବାକୁ ସରକାର ନିର୍ଦ୍ଦେଶ ଜାରି କରିଛି। ଏହା ସହିତ ଏସି ବିହୀନ ଗାଡିରେ ଯାତ୍ରୀମାନଙ୍କୁ କଷ୍ଟ ହେଲେ ସେଥିପାଇଁ ଗାଡି ମାଲିକଙ୍କୁ ଦାୟୀ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଆଜି ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍କୁଲ ଛୁଟି ଘୋଷଣା ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଅଧିକାର ଦିଆଯାଇଛି, ଯାହାଦ୍ୱାରା ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସିଦ୍ଧାନ୍ତ ନିଆଯିବ।

Leave A Reply

Your email address will not be published.