ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଥିବାବେଳେ ରାଜନୈତିକ ମହଳରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖାଯାଉଛି। ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ସମୟରେ କଲକାତାରେ ବିଜେପି ଆଗୁଆ ଥିବା ଖବର ମିଳୁଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଲକାତା ପୁଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଜି, ଅର୍ଥାତ ୪ ମଇ ୨୦୨୬ ତାରିଖରେ, ଯେକୌଣସି ପ୍ରକାରର ବିଜୟ ଉତ୍ସବ, ଶୋଭାଯାତ୍ରା କିମ୍ବା ରାଲି ଉପରେ ସଂପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ଗଣତି ପ୍ରକ୍ରିୟା ରାତି ପର୍ଯ୍ୟନ୍ତ ଚାଲିବା ଓ ସାର୍ବଜନୀନ ଶୃଙ୍ଖଳା ଓ ଶାନ୍ତି ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ପୁଲିସ ସ୍ପଷ୍ଟ କରିଛି ଯେ ଏହି ନିଷେଧ ସମସ୍ତ ରାଜନୈତିକ ଦଳ ଓ ଗୋଷ୍ଠୀ ପାଇଁ ସମାନ ଭାବେ ଲାଗୁ ହେବ। ଯଦି କୌଣସି ଦଳ ବିଜୟ ଉତ୍ସବ କରିବାକୁ ଚାହେଁ, ତେବେ ୫ ମଇ କିମ୍ବା ତା’ପରେ ସମ୍ପର୍କିତ ପୁଲିସ ଷ୍ଟେସନର ପୂର୍ବ ଅନୁମତି ନେଇ କରିପାରିବ। ଏହି ନିଷ୍ପତ୍ତି ମାଧ୍ୟମରେ ସହରରେ ଶାନ୍ତି ଓ ସଦ୍ଭାବନା ରକ୍ଷା କରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.